Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

୫ ସରକାରୀ କର୍ମଚାରୀ ଓ ୨ ସରପଞ୍ଚଙ୍କ ବିରୋଧରେ ଏତଲା ଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

28/02/2020 at 8:01 AM

ଖଲ୍ଲିକୋଟ ।୨: ବେନିୟମ କାର୍ଯ୍ୟରେ ଲିପ୍ତ ୫ ଜଣ ସରକାରୀ କର୍ମଚାରୀ ଓ ଦୁଇ ଜଣ ସରପଞ୍ଚଙ୍କ ବିରୋଧରେ ଏତଲା ଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଦିଗପହଣ୍ଡି ବ୍ଲକ୍ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ମିଥୁନ କୁମାର ପ୍ରଧାନ ଓ ଟୁନା ସାହୁ ଦୀର୍ଘ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ଏତଲା ଦେବାକୁ ଦିଗପହଣ୍ଡି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସେହିପରି ଖଲ୍ଲିକୋଟ ବ୍ଲକର ପୂର୍ବତନ ଗ୍ରାମ ପଂଚାୟତ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଏବଂ ବିକ୍ରମପୁର ଗ୍ରାମ ପଂଚାୟତର ସରପଂଚ ମମତା ପ୍ରଧାନ କମ୍ପ୍ୟୁଟର କିଣାରେ ମିଥ୍ୟା ରସିଦ ଦେଇ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ତୋଷାରପାତ ଅଭିଯୋଗରେ ଏମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ କୁହାଯାଇଛି ।

ସେହିପରି କବିସୂର୍ଯ୍ୟନଗର ବ୍ଲକର ପୂର୍ବତନ ଗ୍ରାମ ପଞ୍ଚାୟତ ଅଧିକାରୀ ନୀଳକଣ୍ଠ ସ୍ବାଇଁ ଓ ବଡ ମହୁରୀ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଟି. ଭାରତୀ ଡଷ୍ଟବିନ ଓ ଟ୍ରଲି ବାବଦରେ ମିଥ୍ୟା ରସିଦ ଦେଇ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ତୋଷାରପାତ କରିଥିବାରୁ ତାଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ବିଡିଓଙ୍କୁ କୁହାଯାଇଛି ।

ବେଲଗୁଣ୍ଠା ବ୍ଲକର ଖଇରପୁଟି ଗ୍ରାମ ପଂଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ହାଡୁ ନାୟକ ବହୁ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ବିଡ଼ିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts