ଦୁବାଇରେ ଗଞ୍ଜାମର ଦାଦନ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | August 20, 2019 IST

ବ୍ରହ୍ମପୁର ୨୦|୮: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍ ଅଞ୍ଚଳରେ ପୁଣି ଜଣ ଦାଦନ ଶ୍ରମିକଙ୍କୁ ମୃତ୍ୟୁ ହୋଇଛି । ତେନ୍ତୁଳିଆପଲ୍ଲୀ ପଞ୍ଚାୟତ କୈଠଡା ଗାଁର ଜୟ ଦଳେଇଙ୍କ ଦୁବାଇରେ ଗତ ଶୁକ୍ରବାର ଦିନ ମୃତ୍ୟୁ ହୋଇଛି । ଏପରି ସ୍ଥଳେ ମୃତ ଶରୀରକୁ କିପରି ଦୁବାଇରୁ ନିଜ ଅଞ୍ଚଳକୁ ଫେରାର ଆଣିବାକୁ ହେବ ସେ ନେଇ ପରିବାରବର୍ଗ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ଏ ନେଇ ପଦକ୍ଷେପ ଆରମ୍ଭ କରିଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।

{"id":146523}

ଗତ ୧୮ ମାସ ପୂର୍ବେ ଦାଦନ ଖଟିବାକୁ ଜୟ ଦୁବାଇ ଯାଇଥିଲେ। ପରିବାରର ଏକମାତ୍ର ରୋଜଗାରିଆ ପୁଅଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା ମାଆ ଅସହାୟ ହୋଇପଡିଛନ୍ତି । ସେପଟେ ଜୟଙ୍କ ସ୍ତ୍ରୀ ,ପୁଅ ଏବଂ ଝିଅ ବେସାହାରା ହୋଇପଡିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.