Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଉଲ୍ଲେଖନୀୟ ଅବଦାନ ପାଇଁ ଗଂଜାମକୁ ପୁରସ୍କାର, ୬ ପଞ୍ଚାୟତକୁ ଜାତୀୟ ଆୱାର୍ଡ

3/04/2021 at 9:21 AM

ବ୍ରହ୍ମପୁର ୩/୪: ଗଂଜାମ ଜିଲାକୁ ୬ ଟି ଜାତୀୟ ପଂଚାୟତ ଆୱାର୍ଡ । ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲାକୁ ଏହି ଆୱାର୍ଡରେ ସମ୍ମାନୀତ କରାଯାଇଛି । କୋଭିଡ୍-୧୯ ମହାମାରୀ ସମୟରେ ମଧ୍ୟରେ ଭଲ ପ୍ରଦର୍ଶନ କରି ଗଂଜାମ ଜିଲାର ୨ ଟି ବ୍ଲକ ହିଂଜିଳି ଓ ଶେରଗଡ ଏବଂ  ୪ ଟି ପଂଚାୟତ ବଡଖଣ୍ଡି, ରାମଚନ୍ଦ୍ରପୁର, ଆଡପଡା ଓ ବଡବୋରସିଙ୍ଗିକୁ ଆୱାର୍ଡ ଗୁଡିକ ପାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।

ଜିଲାର ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଓ ଭଲ କାର୍ଯ୍ୟ ପାଇଁ ହିଂଜିଳି ଓ ଶେରଗଡ ବ୍ଳକ ଏବଂ ଭାରତ ସରକାରଙ୍କ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ଶସକ୍ତିକରଣ ପୁରସ୍କାର ଭାବେ ବଡଖଣ୍ଡି ଓ ରାମଚନ୍ଦ୍ରପୁର ପଂଚାୟତକୁ ମିଳିଛି । ସେହପରି ନିଜ ଅଂଚଳରେ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଡପଡା ପଂଚାୟତକୁ ଭାରତ ସରକାରଙ୍କ ପକ୍ଷରୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ପୋଷ୍ୟ ଶିଶୁ କାର୍ଯ୍ୟ ପାଇଁ ବଡବୋର ସିଂ ପଂଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି ଗ୍ରାମପଂଚାୟତ ଆୱାର୍ଡ ପ୍ରଦାନ କରିଛନ୍ତି ।

ତେବେ ଏହି ସମ୍ମାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି ଆୱାର୍ଡ ପାଇଥିବା ବ୍ଳକ ଓ ପଂଚାୟତକୁ ଶୁଭେଛା ଜଣାଇଛନ୍ତି ।  ସଫଳତା ଓ ଆୱାର୍ଡ ମିଳିଥିବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉସାହେବ ମଧ୍ୟ ଉକ୍ତ ବ୍ଳକ ଓ ପାଂଚୟତ ଟିମ୍ କୁ ପ୍ରଂଶସା କରିବା ସହ ଶୁଭେଛା ଜଣାଇଛନ୍ତି । ପୂର୍ବରୁ ମଧ୍ୟ ବହୁବାର ଗଞ୍ଜାମ ଜିଲା   ଭାରତ ସରାକରଙ୍କ ପକ୍ଷରୁ ଜାତୀୟ ପୁରସ୍କାର ପାଇବାର ନଜିର ରହିଛି ।

   Related Posts