ସମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମ ପ୍ରଶାସନ ସଜାଗ : ନଦୀ କୁଳିଆ ଅଞ୍ଚଳରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ, ଫସଲ ନଷ୍ଟ ନହେବା ଉପରେ ଗୁରୁତ୍ବ

Published By : Prameya-News7 Bureau | December 02, 2021 IST

ଖଲ୍ଲିକୋଟ ୨।୧୨: ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଓ ନଦୀ କୁଳିଆ ଅଞ୍ଚଳର ବ୍ଲକ ପ୍ରଶାସନକୁ ବିଶେଷ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ସମୁଦ୍ର ଅଶାନ୍ତ ରହୁଥିବା ଯୋଗୁଁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନେ ନଯିବା ପାଇଁ ଓ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସିବାକୁ କୁହାଯାଇଛି ।

{"id":552911,"width":754,"height":415,"sizeSlug":"full","linkDestination":"none"}

ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୦୪ଟି ବହୁମୁଖି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆଶ୍ରୟସ୍ଥଳୀରେ ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ, ପରିସ୍କାର ରଖିବାକୁ କୁହାଯାଇଛି । ଆବଶ୍ୟକସ୍ଥଳେ ପରିସ୍ଥିତିକୁ ନଜରକୁ ନେଇ ତଳି ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ।  ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ସଜାଗ ରହିବାକୁ କୁହାଯାଇଛି ।

{"id":552913,"width":753,"height":414,"sizeSlug":"full","linkDestination":"none"}

ଆବଶ୍ୟକ ପଡିଲେ ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନାନ୍ତର କରାଯିବ ।   ଏହାସହିତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହିତ ସମସ୍ତ ସରକାରୀ କର୍ମଚାରୀମାନେ ହେଡ କ୍ବାର୍ଟର ନଛାଡିବାକୁ ଜିଲ୍ଲାପାଳ କହିଛନ୍ତି । ଧାନ ଫସଲ ନଷ୍ଟ ଆଶଙ୍କା ଅଧିକ ଥିବାରୁ କିପରି ନଷ୍ଟ ନହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଯେଉଁ ଲୋକଙ୍କ ଫସଲ କଟାଯାଇଛି ସେସବୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସ୍ଥାନ ନାହିଁ ପ୍ରଶାସନ ପକ୍ଷରୁ ତାର ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.