ରାଜ୍ୟ ବାହାରକୁ ଲମ୍ବିଛି ଚେର, ଚାଲାଣ ବେଳେ ଧରାପଡିଲା ୫କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ

Published By : Prameya-News7 Bureau | February 23, 2021 IST

କୋରାପୁଟ ୨୩।୦୨: କୋରାପୁଟ ଜିଲ୍ଲା ଲମତାପୁଟରୁ ପୁଣି ବିପୁଳ ଗଞ୍ଜେଇ ଜବତ । ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ ସହ ଗଞ୍ଜେଇ ମାଫିଆକୁ କାବୁ କରିଛି ପୋଲିସ୍ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ ।

କଡ୍ରି ଗାଁ ନିକଟରେ ଲମତାପୁଟ ପୋଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲା । ସେହି ସମୟରେ ମାଛକୁଣ୍ଡ ଆଡୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଅଟକାଇଥିଲା। ଗାଡି ଯାଞ୍ଚ କରିବାରୁ ଡାଲାରୁ ୧୯ ଟି ବସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ମିଳିଥିଲା । ଗାଡି ଡାଲାରୁ ପ୍ରାୟ ୫ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

କୁହୁଡିର ସୁଯୋଗ ନେଇ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମାଫିଆକୁ କାବୁ କରି ନେଇଛି ପୋଲିସ । ଗିରଫ ଗଞ୍ଜେଇ ମାଫିଆ ବିଶାଖାପାଟଣାର କ୍ରୀସାନି ତ୍ରିନାଥକୁ ଗିରଫ କରିଛି ପୋଲିସ୍। କ୍ରୀସାନି ନିଯେ ଗଞ୍ଜେଇ ଚାଷ କରୁଥିବା ବେଳେ ନିଜ ଗାଡିରେ ବେପାର କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.