ଅଭିନବ ଉପାୟରେ ଚୋରା କାରବାର ; ଗଞ୍ଜେଇ ମାଫିଆଙ୍କୁ କାବୁ କଲା ପୋଲିସ, ୪୫ଲକ୍ଷ ଟଙ୍କାର ନୀଳ ଜହର ଜବତ

Published By : Prameya-News7 Bureau | February 24, 2021 IST

ଲମତାପୁଟ ୨୪।୦୨: ଗଞ୍ଜେଇ ଚୋରା କାରବାରର ହବ୍‌ ପାଲଟିଛି କୋରାପୁଟ । ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ନୀଳଜହର ଜବତ କରୁଛି ପୋଲିସ । ଏହିପରିପେକ୍ଷୀରେ ଆଜି ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ପାଡ଼ୁଆ ପୋଲିସ । କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ଗଞ୍ଜେଇ ଜବତ ହୋଇଛି। ତେବେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପାଡୁଆ ଥାନା ପୋଲିସ ।

ଖବର ଅନୁଯାୟୀ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ତତ୍ତ୍ଵାବଧନରେ ପଡୁଆ ଥାନା ଅଧିକାରୀ ପାଡୁଆ ଡାକ ବଙ୍ଗଳା  ନିକଟରେ ନାକାବନ୍ଦି କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଏକ ଟିପରକୁ ଅଟକାଇଥିଲା ପୋଲିସ । କିନ୍ତୁ କୁହୁଡ଼ିର ସୁଯୋଗ ନେଇ ଦୁଇଜଣ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭରକୁ କାବୁ କରିଥିଲା ପୋଲିସ । ପ୍ରାୟ ଏକ ଘଣ୍ଟା ଧରି ଟିପରକୁ ଯାଞ୍ଚ କରିବାରୁ କିଛି ବି ସୁରାଗ ପାଇନଥିଲା ପୋଲିସ । ଶେଷରେ ଟିପର ଡାଲାରେ ଥିବା ବାଲିକୁ ଖାଲି କରିଥିଲା ପୋଲିସ ।

ଅଭିନବ ଉପାୟରେ ବାଲି ତଳେ  ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ ।  ଟିପରଟି ପାଡୁଆ ଥାନା ପୁଜାରିପୁଟ ବାଲି ନେଇ ସିମିଳିଗୁଡ଼ାକୁ ଚୋରା ଚାଲାଣ କରୁଥିଲେ । ଟିପରରେ ପ୍ରାୟ ସାଢେ଼ ୪ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ନେଇ ପୋଲିସ ଅନୁମାନ କରୁଛି । ଯାହାର ମୂଲ୍ୟ ୪୫ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । ସେହିପରି ଅଟକ ଥିବା ଯୁବକ ଲମାତାପୁଟ ବ୍ଲକର ଚନ୍ଦ୍ର ପାଙ୍ଗି । ଅଭିଯୁକ୍ତ ଏହି ଅଞ୍ଚଳରୁ ଅନେକ ଥର  ଗଞ୍ଜେଇ ଚୋରା ଚାଲଣ କରୁଥିବା ସ୍ବୀକାର କରିଥିବା ବେଳେ ଫେରାର ଥିବା  ସହଯୋଗୀଙ୍କ ନାମ ଏବଂ ଠିକଣା ପୋଲିସକୁ କହିଥିବା ସୂଚନା ଦେଇଛି ପାଡୁଆ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.