ମାଓବାଦୀଙ୍କ ଧମକ ସତ୍ତ୍ୱେ ବି ଅପନେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ୧୩୦ ଏକରୁ ଜମିରୁ ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | December 02, 2021 IST

ବାଲିଗୁଡ଼ା ୦୨।୧୨: କନ୍ଧମାଳ ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ୍‌ କ୍ଲିନ୍‌ । ମାଓବାଦୀଙ୍କ ଧମକ ସତ୍ତ୍ୱେ ବି ଜାରି ରହିଛି  ଅପରେସନ ନୀଳ ଜହର । ପୁଣି ଥରେ ୧୦୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପ୍ରଶାସନ ।

{"id":552855,"sizeSlug":"full","linkDestination":"none"}

ଖବର ଅନୁଯାୟୀ, କିଛି ଦିନ ତଳେ ଅପରେସନ ନୀଳ ଜହରକୁ ବିରୋଧର କରି ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ କେକେବିଏନ୍‌ ମାଓବାଦୀ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର ଲଗାଯାଇଥିଲା । ଜଙ୍ଗଲରେ ବୋମା ଖଞ୍ଜା ହୋଇଥିବା ମଧ୍ୟ ମାଓବାଦୀମାନେ ପୋଷ୍ଟର ଉଲ୍ଲେଖ କରିଥିଲେ । କିନ୍ତୁ ଏସବୁକୁ ବେଖାତିର କରି ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି ରହିଛି ।

{"id":552856,"sizeSlug":"full","linkDestination":"none"}

ବୁଧବାର କେ,ନୂଆଗାଁ ଥାନା ସାଇନପଡ଼ା ପଞ୍ଚାୟତ ଜାରଙ୍ଗା ବାଲିପଦର ଗୋଚ୍ଛାପଡ଼ା ଅଞ୍ଚଳରୁ ପ୍ରାୟ ୧୩୦ ଏକର ସରକାରୀ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଏହି ସବୁ ସ୍ଥାନରେ ହୋଇଥିବା ଗଞ୍ଜେଇ ଚାଷକୁ କାଟି  ପୋଡ଼ି ନଷ୍ଟ କରିଛି କେ. ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୧୩୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.