୨ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

Published By : Prameya-News7 Bureau | August 10, 2018 IST

କୋରାପୁଟ ୧୦/୮ : ଲମତାପୁଟ କୁସୁବା ନିକଟସ୍ଥ ଛକରେ ଗଂଜେଇ ଚାଲାଣ ବେଳେ ୨ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି ପୋଲିସ | ଗଞ୍ଜେଇ ଚୋଲା ଚାଲାଣ ହେଉଥିବା ଖବର ପାଇ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମିଳିତ ଚଢାଉ କରିଥିଲା | ବାଲେଲ୍ ଗାଁରୁ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି | ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି | ୨ ଅଟକ ବିହାର ଅଞ୍ଚଳର ଜୟନନ୍ଦ ବିଶ୍ବକର୍ମା ଓ ଚନ୍ଦନ କୁମାର ବୋଲି ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.