୫୦ଲକ୍ଷ ଟଙ୍କାର ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ, ୨ ଯୁବକ ଅଟକ

Published By : Prameya-News7 Bureau | October 05, 2020 IST

ଲମତାପୁଟ ୦୫।୧୦: କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଅଧ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହାସହ ୨ ଅଟକ ଅଛନ୍ତି । ବିହାର ଚାଲାଣ ବେଳେ ଲମତାପୁଟ ପୋଲିସ ଏକ ଟ୍ରକରୁ ଗଞ୍ଜେଇ ଜବତ କରିଛି ।

{"id":338806,"sizeSlug":"large"}

ଗଞ୍ଜେଇ ଚାଲାଣ ନେଇ ଖବର ମିଳିବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ଏବଂ ଲମତାପୁଟ ଫାଣ୍ଡି ଅଧିକାରୀ ଚାଙ୍ଗୁଡ଼ିପଡ଼ା ଛକରୁ ଗଞ୍ଜେଇ ଜବତ କରିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି, ପୋଲିସ ଟ୍ରକକୁ ପ୍ରାୟ ଏକ ଘଣ୍ଟା ଧରି ଯାଞ୍ଚ କରିବା ପରେ ଯାଇ ଗଞ୍ଜେଇର ସୁରାଗ ମିଳିଥିଲା ।

{"id":338807,"sizeSlug":"large"}

ଟ୍ରକରେ ସ୍ବତନ୍ତ୍ର ଚ୍ୟାମ୍ବର କରାଯାଇ ଗଞ୍ଜେଇ ଚାଲାଣ ହେଉଥିଲା । ଅଟକ ଦୁଇ ଯୁବକ ବିହାରର ବୋଲି ଜଣାପଡ଼ିଛି । ସେମାନେ ଝାଡ଼ଖଣ୍ଡରୁ ଟମାଟୋ ନେଇ ଜୟପୁର ଆସିଥିଲେ । ଜୟପୁରରେ ଟମାଟୋ ଖାଲି କରିବା ପରେ ଜଲାପୁଟରୁ ଗଞ୍ଜେଇ ନେଇ ବିହାର ଯାଉଥିଲେ । ଉଭୟ ଅଭିଯୁକ୍ତ ପୂର୍ବରୁ ବହୁ ବାର ଗଞ୍ଜେଇ ଚାଲାଣ କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.