କୁଚିଣ୍ଡାରେ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ; ଜଣେ ଗିରଫ

Published By : Prameya-News7 Bureau | October 16, 2018 IST

ସମ୍ବଲପୁର ୧୬/୧୦ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ତୁରେଇ ଗ୍ରାମରେ କୁଚିଣ୍ଡା ଓ ବାମରା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଗଇେ ଗଛ ଜବତ କରିବା ସହ ଏକ ଦେଶୀ ରନ୍ଧା ମଦ ତିଆରି ଭାଟିକୁ ଜବତ କରିଛି । ଏଥିରେ ସଂପୃକ୍ତି ରହିଥିବା ଗ୍ରାମର ଅଗସ୍ତି ପଟେଲଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ଶତାଧତ୍କ ଗଂଜେଇ ଗଛକୁ ନଷ୍ଟ କରି ଦେଇଛି । ଏଥିସହ ପ୍ରାୟ ୨୦୦ ଲିଟର ମହୁଲ ପୋଚକୁ ମଧ୍ୟ ନଷ୍ଟ କରି ଦିଆଯାଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦଶେ କ୍ରମେ ଦୁର୍ଗ।ପୁଜାରେ ନିଶା କାରବାରକୁ ନିୟନ୍ତ୍ରଣରେ ରଖିବାକୁ କୁଚିଣ୍ଡା ଓ ସମ୍ବଲପୁର ଠାରେ ଦୁଇଟି କଂଟ୍ରୋଲ ରୁମ ଖୋଲାଯାଇ ବିଭିନ୍ନ ଅଞ୍ଚଳରେ ଚାଲିଥିବା ଅବାଧ ନିଶା କାରବାରକୁ ରୋକିବାକୁ ଉଦ୍ୟମ କରାଯାଉଛି । ଆଜି ତୁରେଇକେଲା ଅଞ୍ଚଳରେ ଏଭଳି ମଦ କାରବାର ଚାଲିଥିବା ସୁଚନା ପାଇଲା ପରେ ବିଭାଗ ପକ୍ଷରୁ ସେଠାରେ ଚଢାଉ କଲାବଳେ ପାଖରେ ଏକ ଗଇେ ବଗିଚା ରହିଥିବା ଜାଣି ପାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.