ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | November 17, 2019 IST

ମାଲକାନଗିରି ୧୭।୧୧: ମାଲକାନଗିରିରେ ଆଜି ପ୍ରାୟ ଚାରି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ମାଲକାନଗିରି, ନବରଙ୍ଗପୁର ଅବକାରୀ ବିଭାଗ ସହ ଚିତ୍ରକୋଣ୍ଡା ପୋଲିସ ଓ ବନ ବିଭାଗ ମିଳିତ ଭାବେ ଚଢାଉ କରିଛନ୍ତି ।

{"id":185519,"sizeSlug":"large"}

ସୂଚନାଯୋଗ୍ୟ ଯେ, ଲାଲ ବାହୀନି ଭୟରେ ଏହି ଅଞ୍ଚଳରେ ପୋଲିସର ପାଦ ପଡୁନଥିବାରୁ ଏହି ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ କରାଯାଉଛି । ଚିତ୍ରକୋଣ୍ଡା ରାଜଲକୋଣ୍ଡା ଗାଁରେ ଚାଲିଥିବା ଏହି ଗଞ୍ଜେଇ ଚାଷ ପ୍ରାୟ ୨୫ ଏକର ଜମିରେ କରାଯାଇଥିଲା । ଆଗକୁ ଗଞ୍ଜେଇ ଅମଳ ସମୟ ଆସୁଥିବାରୁ  ଗଞ୍ଜେଇ କାରବାର ରୋକିବା ପାଇଁ ପୋଲିସ ଏପରି ପଦକ୍ଷେପ ନେଇଛି ।  ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ମାଲକାନଗିରି ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍  ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.