ପଦ୍ମପୁରରୁ ନିଶା ବେପାରୀ ଗିରଫ

Published By : Prameya-News7 Bureau | August 21, 2018 IST

ବରଗଡ଼ ୨୧/୮ : ବରଗଡ଼ ଜିଲ୍ଲା ପଦ୍ମପୁରରେ ପଦ୍ମପୁର ଉପଖଣ୍ଡ ପୋଲିସ ଆଜି ଗୋଟିଏ ନିଶା ବେପାରୀ ଅର୍ଶନ ଖାନ କୁ ଧରିବାରେ ସଫଳ ହୋଇଛି । ସେ ଏକ ଦୃଦାନ୍ତ ଅପରାଧି ବୋଲି ଜଣା ପଡିଛି | ତା ନାଁରେ ୫ ଟି ମାମଲା ପୂର୍ବରୁ ଥିବାବେଳେ ବିଜେପୁର ନିର୍ବାଚନ ପୂର୍ବରୁ ପଡା ଗ୍ରାମରେ ହୋଇଥିବା ଗୁଳି କାଣ୍ଡରେ ଏ ଅପରାଧି ସାମିଲ ଥିବା ପୋଲିସ ଜଣାଇଛି । ତା ଠାରୁ ୧.୬୫ କେଜୀ ଗଜେଇ, ୨୦ କଫ ସିରଫ ଓ ୫ ଅଫୁଟା ଗୁଳି ଜବତ କରିଛି ପୋଲିସ । ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ପୋଲିସ ରାସ୍ତାରେ ଜଗି ରହିଥିଲା ଏବଂ ସୂଚନା ମୁତାବକ ଧଳା ବୋଲେରୋ ଗାଡି ଆସିବା ସମୟରେ ତାକୁ ଧରିବାରେ ସଫଳ ହୋଇଥିଲେ । ଗାଡିର ନମ୍ବର ପ୍ଲେଟ ଉପରେ କାର୍ବନ ଛାପି ଥିଲା ଯେପରି କେହି ଜାଣି ପାରିବେ ନାହିଁ । ପରେ ପୋଲିସ ମାଜିଷ୍ଟ୍ରେଟଙ୍କର ଉପସ୍ଥିତିରେ ଗାଡି ଯାଂଚ କରିଥିଲା ଏବଂ ନମ୍ବର ପ୍ଲେଟର କାର୍ବନ ଖୋଲିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.