ଗଞ୍ଜେଇ ଚୋରାଚାଲାଣ ବେଳେ ୫କ୍ବିଣ୍ଟାଲ ଗଞ୍ଜେଇ ଜବତ ସହ ୩ଗିରଫ

Published By : Prameya-News7 Bureau | November 14, 2019 IST

ସୁନ୍ଦରଗଡ ଟାଉନ ଥାନା ପୋଲିସ ଗତକାଲି ରାତିରେ ଏକ ଟ୍ରକରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ  ସହ ତିନିଜଣଙ୍କୁ ଗିରଫ କରିଛି ।  

{"id":183849,"sizeSlug":"large"}

ସୂଚନାଯୋଗ୍ୟ ଯେ, ସମ୍ବଲପୁରରୁ ଆସୁଥିବା ଏକ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ସୁନ୍ଦରଗଡ ଏସପି ଖବର ପାଇ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ ।  ରାଜ୍ୟ ରାଜପଥ ୧୦ରେ  ଆସୁଥିବା ସମସ୍ତ ଟ୍ରକକୁ ପୋଲିସ ତଲାସି କରୁଥିବା ସମୟରେ ଏକ ଟ୍ରକରୁ ୫କ୍ବିଣ୍ଟାଲ ଗଞ୍ଜେଇ ମିଳିବା ସହ ଟ୍ରକରେ ଥିବା ତିନିଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ନଗଦ୨୯ ହଜାର ଟଙ୍କା , ୪ଟି ମୋବାଇଲ ଜବତ କରିଛି ପୋଲିସ ।  ଗଂଜେଇ କେଉଁଠୁ ଆସୁଥିଲା ଓ କୁଆଡେ ଯାଉଥିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ବୋଲି  ଏସପି ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.