Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ନାଇଟ୍ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

4/10/2021 at 11:10 AM

ମାଲକାନଗିରି ୪।୧୦: ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏକ ଗାଡିକୁ ଜବତ କରିଛି । ଆନ୍ଧ୍ର-ଓଡିଶା ସୀମାନ୍ତ ରେଖାପାଲି ଗାଁ ନିକଟରେ ଚିତ୍ରକୋଣ୍ଡା ପୋଲିସ ତରଫରୁ ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବା ସମୟରେ ଆନ୍ଧ୍ର ପ୍ରଦେଶ ଆନ୍ନାଭରମ ଗ୍ରାମର ଏମ. ବାଲୁ ଏକ ଗାଡିରେ ଯାଉଥିବା ସମୟରେ ପୋଲିସ ଏହାକୁ ଅଟାଇଥିଲା । ପରେ ସନ୍ଦେହ ହେବାରୁ ଗାଡିଟିକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ପୋଲିସ ।

ତଦନ୍ତ ପରେ ଗାଡିରୁ ୧୫୦୦ କିଲୋଗ୍ରାମ ଗଞ୍ଜେଇ ବାହାରିଥିଲା ଯାହାର ବଜାର ମୂଲ୍ୟ ପ୍ରାୟ ଦେଢ କୋଟି ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ କହିଛନ୍ତି । ଏହିସବୁ ଗଞ୍ଜେଇ ଚିତ୍ରକୋଣ୍ଡାରୁ ଆନ୍ଧ୍ର ପ୍ରଦେଶର ରାଜମେନ୍ଦ୍ରୀକୁ ଚୋରା ଚାଲାଣ କରାଯାଉଥିଲା । ଗଞ୍ଜେଇ କାରବାର ଘଟଣାରେ ସଂପୃକ୍ତ ଥିବା ଆନ୍ଧ୍ର ପ୍ରଦେଶର ଏମ. ବାଲୁ ନାମକ ଏହି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts