ଶହେ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

Published By : Prameya-News7 Bureau | September 16, 2020 IST

କନ୍ଧମାଳ,୧୬ ।୦୯:  କନ୍ଧମାଳ ଜିଲ୍ଲାରେ ଦିନିକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ପୋଲିସ ମଧ୍ୟ ଅନେକ ସମୟରେ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି । ଏକପ୍ରକାର ଜିଲ୍ଲାରେ ପୋଲିସ ଓ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ବୁଧବାର ପୁଣି ପୋଲିସ ୧୦୩ କେଜିର ଗଞ୍ଜେଇ ଜବତ ହୋଇଛି ।

{"id":330506,"sizeSlug":"large"}

କେ ନୂଆଗାଁ ପୋଲିସ ଏହି ଗଞ୍ଜେଇ ଜବତ କରିଛି । କାର୍‌ରେ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ କାର୍‌ରୁ ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଉଛି । ଜବତ ଗଞ୍ଜେଇର ପରିମାଣ ୧୦୩ କେଜି ହେବ ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.