ଘଞ୍ଚ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ବିହାରକୁ ହେଉଥିଲା ଚାଲାଣ

Published By : Prameya-News7 Bureau | October 12, 2021 IST

ମୋହନା ୧୨।୧୦ : ଘଞ୍ଚ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହାସହ ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ୩ଜଣ ଫେରାର ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣଙ୍କ ବିହାର ରାଜ୍ୟର ରୋହତାସ ଜିଲ୍ଲା ବିକ୍ରମଗଞ୍ଜ ଥାନା ଧନୀଗାଁର ସୋନୁ ପାଶ୍‌ଓ୍ୱାନ ବୋଲି ଜଣାପଡିଛି । ଗଜପତି ଜିଲ୍ଲା ପତେଇଗୁଡ଼ା ଓ ଅନୁଗୁରୁ ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ଜବତ ହୋଇଛି ଗଞ୍ଜେଇ ।  

ଖବର ଅନୁଯାୟୀ, ଚୋରାରେ ଗଞ୍ଜେଇ କାରବାର ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ଗଜପତି ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆର୍‌. ଉଦୟଗିରି ଥାନା ପୋଲିସ ପାଟ୍ରେଲିଂ କରୁଥକିଲେ । ତେବେ  ବିହାର ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ୨୪ଟି ଗଞ୍ଜେଇ ବସ୍ତା ରାସ୍ତା ପାର୍ଶ୍ଵରେ ରଖାଯାଇଥିଲା । ପୋଲିସ ଅଚାନକ ଭାବେ ଚଡାଉ କରି ଉକ୍ତ ଗଞ୍ଜେଇକୁ ଜବତ କରିବା ବେଳେ ସଂପୃକ୍ତ ତିନି ଜଣ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିନ୍ତୁ  ଜଣେ ମାଫିଆଙ୍କୁ କାବୁ କରିଥିଲା ପୋଲିସ । ଜବତ ଗଞ୍ଜେଇକୁ ଓଜନ କରିବାରୁ ୯ କ୍ବିଣ୍ଟାଲ ୭୮କେଜି ୯୦୦ ଗ୍ରାମ ରହିଛି । ଯାହାର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ  ବୋଲି ଜଣାପଡିଛି । ଆଗକୁ ଏହି ଅପରେସନକୁ ଜୋରଦାର କରାଯିବ ବୋଲି ଗଜପତି ଏସପି ଜୟରାମ ଶତପଥୀ ପ୍ରେସମିଟରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.