ମାଲକାନଗିରିରୁ ୭ କ୍ବିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ : ଜଣେ ଅଟକ
11/11/2019 at 8:54 AM

ମାଲକାନଗିରି ୧୧।୧୧ : ମାଲକାନଗିରିରୁ ୭ କ୍ବିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ପାଟ୍ରୋଲିଂ ବେଳେ ଜବତ କରିଛି ପଡିଆ ଥାନା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୭ ଲକ୍ଷ ଟଙ୍କା ରହିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଅଞ୍ଚଳରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ଟ୍ରକ ଜବତ କରାଯାଇଛି । ଜବତ ହୋଇଥିବା ୭ କ୍ବିଣ୍ଟାଲ ୭୦ କେଜି ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୭ ଲକ୍ଷ ଟଙ୍କା ରହିଥିବା ଅନୁମାନ କରାଯାଉଛି । NDPS ଆକ୍ଟ ଅନୁଯାୟୀ ୨୦୧୯ରେ ୯୩ଟି ଗଞ୍ଜେଇ ଚାଲାଣ ମାମଲା ରୁଜୁ କରାଯାଇଛି । ୧୯୫ ଲୋକ ଗିରଫ ହେବା ସହ ୭୬ ଗାଡି ମଧ୍ୟ ଜବତ ହୋଇଛି । ୧୯୫ ଗିରଫଙ୍କ ମଧ୍ୟରୁ ୬୧ ଜଣ ଓଡିଶା ବାହାରର ବୋଲି ଜଣାପଡିଛି ।
Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021