ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ : ୭ ଗିରଫ, ୨ କାର ଜବତ

Published By : Prameya-News7 Bureau | July 07, 2020 IST

ଲମତାପୁଟ ୦୭।୦୭: ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୭ ଗିରଫ । କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଚୋରାଚାଲାଣ ବେଳେ ୨କ୍ବିଣ୍ଟାଲର ଗଞ୍ଜେଇ ଧରାପଡିଛି । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ । ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି କାର୍ ଜବତ କରାଯାଇଛି । ଏହି ଗଞ୍ଜେଇ ବ୍ରହ୍ମପୁରକୁ ଚାଲାଣ ହେଉଥିଲା । ମାଛକୁଣ୍ଡ, ଲମତାପୁଟ, ଜଲାପୁଟ ପୋଲିସ ମିଳିତ ଭାବେ ଏହି ଗଞ୍ଜେଇ ଜବତ କରିଛନ୍ତି ।

{"id":297079,"sizeSlug":"large"}

ସଗର ଗ୍ରାମ ଛକ ନିକଟରେ ମାଛକୁଣ୍ଡ, ଲମତାପୁଟ, ଜଲାପୁଟ୍ ପୋଲିସ ମିଳିତ ଭାବେ ପାଟ୍ରୋଲିଂ ଚଳାଇଥିଲେ । ସେହି ସମୟରେ ଜଲାପୁଟ ଅଞ୍ଚଳରୁ ଏକ ଦ୍ରୁତ ଗତିରେ ଆସୁଥିବା ସୁଇଫ୍ଟ  କାର ଏବଂ ମହିନ୍ଦ୍ରା ସ୍କର୍ପିଓକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ୨ଟି ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ଅଟକ ଯୁବକ ମାନେ ବ୍ରହ୍ମପୁର ଅଞ୍ଚଳର ଅରକ୍ଷିତ ରେଡି, ଶଙ୍କର ସାହୁ, ସନ୍ୟାସୀ ଖଟୁଆ, କିଶୋର ବେହେରା  ଏବଂ ଶିମିଳିଗୁଡା ଥାନା ଅନ୍ତର୍ଗତ ମଣିଆ ଗାଁର ଆଶିଷ  ଶ୍ରୀହରିଆ, ଗୋପାଳ ଶ୍ରୀହରିଆ ଏବଂ ବଡଜରି ଗାଁର ଅଜୟ ଜୀରା ।

ଲକ୍ ଡାଉନ ପରଠାରୁ ଆଜି ପର୍ଯ୍ୟନ୍ତ ମାଛକୁଣ୍ଡ ଥାନାରେ ଗଞ୍ଜେଇ ଚାଲାଣ ନେଇ ୮ଟି ମାମଲା ରୁଜୁ ହୋଇଥିବା ବେଳେ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ  । ଲମତାପୁଟ, ଜଲାପୁଟ, ମାଛକୁଣ୍ଡ, ଅନକାଡେଲି , ନନ୍ଦପୁର ଏବଂ ପାଡୁଆ ଅଞ୍ଚଳ ଏବେ ଗଞ୍ଜେଇ ଚୋରା ଚାଲାଣର ହବ୍ ପାଲଟିଛି । ମାଛକୁଣ୍ଡ ପୋଲିସ ଏହି ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ  ସ୍ଵତନ୍ତ୍ର ଟିମ ଗଠନ କରି ଅଧିକ ତନାଘନା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.