ପିଆଜ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ, ଦୁଇ ଜଣ ଅଟକ ସହ ଟ୍ରକ ଜବତ

Published By : Prameya-News7 Bureau | June 25, 2020 IST

ଲମତାପୁଟ ୨୫।୦୬: ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୋରାପୁଟ ଜିଲ୍ଲା  ଜଲାପୁଟ  ଅଞ୍ଚଳରୁ ରାଜସ୍ଥାନ ଚାଲାଣ ବେଳେ ଜବତ ହୋଇଛି । ମାଛକୁଣ୍ଡ ଓ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ପରିମାଣର ଗଞ୍ଜେଇ । 

{"id":291266,"sizeSlug":"large"}

ସୂଚନାଯୋଗ୍ୟ ଯେ, ମୁସୁରୀ ଗ୍ରାମ ନିକଟରେ ମାଛକୁଣ୍ଡ , ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ  କରୁଥିବା ସମୟରେ  ଜଲାପୁଟ  ଅଞ୍ଚଳରୁ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇ ଯାଞ୍ଚ କରାଯଆଇଥିଲା । ଯାଞ୍ଚ ବେଳେ ଟ୍ରକ ଡାଲାରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା ।  ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଟ୍ରକ ଏବଂ ଦୁଇ  ଜଣକୁ  ଅଟକ ରଖିଛି ପୋଲିସ ।  ଏହି ଟ୍ରକରେ ପ୍ରାୟ  ୨ ୦ ଲକ୍ଷ ଟଙ୍କାର  ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ ।  ଅଟକ ଯୁବକ ମାନେ ରାଜସ୍ଥାନ ଅଞ୍ଚଳର ସୁଖ ଲାଲ ଏବଂ ଦିନେଶ କାଟିକ  ବୋଲି ପୋଲିସ ସୂଚନା ଦେଇଛି । 

{"id":291267,"sizeSlug":"large"}

 ଦୁଇ ଅଭିଯୁକ୍ତ  ପୋଲିସ କୁ କହିଛନ୍ତି ଯେ, ରାଜସ୍ଥାନ ରୁ ଟାଇଲ୍ସ ଆଣି ରାଞ୍ଚିରେ ଦେଇଥିଲେ, ସେଠାରୁ ଜଲାପୁଟ ଅଞ୍ଚଳରୁ ଗଞ୍ଜେଇ ନେବା ପାଇଁ  ନିଜେ ଟ୍ରକ ମାଲିକ ଏବଂ ହେଲପର ମିଶି ଏଠାକୁ ଆସିଥିଲେ । ପୂର୍ବରୁ ବହୁ ବାର ଏହି ଅଞ୍ଚଳ କୁ ଆସି ଗଞ୍ଜେଇ ଚୋରା ଚାଲାଣ କରିଥିବା ସ୍ଵୀକାର କରିଛନ୍ତି ।  ପୋଲିସ  ଅଟକ ଯୁବକ ଙ୍କୁ ପଚରା ଉଚରା ଜାରି ରଖିଛି  ସ୍ଥାନୀୟ ଯୁବକ ଏଥିରେ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ଲକ୍‌ଡାଉନ ସମୟରେ ଗଞ୍ଜେଇ ମଫିଆ ସକ୍ରିୟ ଥିବା ବେଳେ ପୋଲିସ ସଜାଗ ଅଛି।  ଗଞ୍ଜେଇ ମଫିଆ ଙ୍କୁ ଧରିବା ପାଇଁ କଡା ପଦକ୍ଷପ ନେବାକୁ ପଡିଲେ ବି ପଛଘୁଞ୍ଚା ଦେବନି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.