Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ

18/01/2021 at 9:40 AM

ଲମତାପୁଟ ୧୮।୦୧: ବିପୁଳ ପରିମାଣର ଗଞ୍ଜେଇ ଜବତ । କାର୍‌ ସହ ୨ଜଣଙ୍କୁ ଅଟକ ରଖିଛି ପୋଲିସ ।ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୫୦ହଜାର ହେବ । କୋରାପୁଟ ଜିଲ୍ଲା ପାଡୁଆ ହାଟଗୁଡ଼ା ଅଞ୍ଚଳରୁ କଳାହାଣ୍ଡି ଚାଲାଣ ବେଳେ ଜବତ କଲା ପୋଲିସ ।

ଖବର ଅନୁଯାୟୀ,  ପାଡୁଆ ଡାକବଙ୍ଗଳ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ହାଟଗୁଡ଼ା ପଟୁ  ଦ୍ରୁତ ଗତିରେ ଏକ ଗାଡ଼ି ଆସୁଥିଲା । ଯାହାକୁ ଅଟକାଇ ଯାଞ୍ଚ କରାଯାଇଥିଲା । ପୋଲିସ ଯାଞ୍ଚ ସମୟରେ ଗଞ୍ଜେଇ ଥିବା ଜଣାପଡିଥିଲା ।  ଗଞ୍ଜେଇ ଚାଲାଣରେ ବ୍ୟବହୃତ କାରକୁ ଜବତ କରିବା ସହ  ଦୁଇ  ଜଣକୁ  ଅଟକ ରଖିଛି ପୋଲିସ  ।  କାରରେ ୫୦ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ ଯାହାର ମୂଲ୍ୟ  ୫୦ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି ।

ତେବେ  ଅଟକ ଯୁବକ ପାଡୁଆଥାନା  ଅନ୍ତର୍ଗତ  ହାଟଗୁଡା ଗାଁର ସ୍ଵାଧୀନ ପୂଜାରି ଏବଂ ଧାନୁ ଗୁଣ୍ଠା ବୋଲି ଜଣାପଡିଛି  । ଏହି ଦୁଇ ଅଭିଯୁକ୍ତ ନିଶା କାରବାରରେ  ବହୁ ଦିନରୁ  ଲିପ୍ତ ଥିବା ପୋଲିସକୁ କହିଛନ୍ତି । ପୂର୍ବରୁ ବହୁ ବାର ଏହି ଅଞ୍ଚଳକୁ ଆସି ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସକୁ କହିଛନ୍ତି ।ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଥିରେ ସମ୍ପୃକ୍ତ ଥିବା  ମଧ୍ୟ ସ୍ଵୀକାର କରିଛନ୍ତି ।

   Related Posts