Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କୋରାପୁଟରୁ ପୁଣି କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

4/11/2020 at 7:46 AM

ଲମତାପୁଟ ୦୪।୧୧: କୋରାପୁଟ ଜିଲ୍ଲା ଲମତାପୁଟରୁ ପୁଣି କୋଟିଏ  ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଗୋଟିଏ ପିକଅପ୍  ଭ୍ୟାନରୁ କୋଟିଏ ଟଙ୍କାର ଗଞ୍ଜେଇ ସହ ବନ୍ଧୁକ ଜବତ କରିଛି ପୋଲିସ। ତେବେ ଗଞ୍ଜେଇ ଚାଲାଣ କରୁଥିବା ମାଫିଆ ମାନେ ଫେରାର ହୋଇଯାଇଛନ୍ତି। ମାଛକୁଣ୍ଡ ପୋଲିସ ଏବଂ  ବିଏସଏଫ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି।

ନନ୍ଦପୁର ଏସଡ଼ିପିଓ, ଲମତାପୁଟ,  ମାଛକୁଣ୍ଡ  ,ଜଲାପୁଟ ପୋଲିସ  ୫ ଜଣିଆ ଟିମ ଗଠନ କରି ହନୁମାଳ  ଗ୍ରାମ  ନିକଟରେ ଚେକ୍  ପୋଷ୍ଟ ଲଗାଇଥିଲେ।  ଅନ୍ୟପକ୍ଷରେ ବିଏସଏଫକୁ ମାଓବାଦୀ  ଚଳପ୍ରଚଳ ସୂଚନା ମିଳିବା ପରେ କମ୍ବିଂ ଅପରେସନ ଚାଲିଥିଲା। ସେହି ସମୟରେ  ଏକ ପିକଅପ୍  ଭ୍ୟାନ ଦ୍ରୁତଗତିରେ  ହନୁମାଳ ଗାଁ ଦେଇ ଆସୁଥିବା ବେଳେ ପୋଲିସ ଓ ବିଏସଏଫ ଅଟକାଇଥିଲେ।

ଅନ୍ଧାର ର ସୁଯଗ ନେଇ ଗାଡି ଛାଡି ଡ୍ରାଇଭର ଚମ୍ପଟ ମାରିଥିଲା। ଗାଡ଼ି ଯାଞ୍ଚ କରିବାରୁ ପ୍ରାୟ ୮ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ  ଏବଂ  ଏକ ପିସ୍ତଲ ଏବଂ ୨ଟି ଦୁଇଟି ଗୁଳି ଜବତ କରାଯାଇଛି। ପୋଲିସ  ପିକଅପ୍  ଭ୍ୟାନ କୁ ଜବତ କରିଛି ।  ଗଞ୍ଜେଇ  ଜବତ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

   Related Posts