Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ନମ୍ବର ବିହୀନ ଗାଡ଼ିରେ ଚାଲାଣ ବେଳେ ଧରିଲା ପୋଲିସ

18/10/2020 at 7:42 AM

ଲମତାପୁଟ ୧୮।୧୦: ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଛତିଶଗଡ ଚାଲାଣ ବେଳେ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚୋରା ଚାଲାଣ ବେଳେ ୭ କ୍ବିଣ୍ଟାଇଲ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ  ପୋଲିସ ।

ଖବର ଅନୁଯାୟୀ, ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ନେଇ ବିଶେଷ ସୂତ୍ରୁ ଖବର ପାଇଥିଲା ମାଛକୁଣ୍ଡ ପୋଲିସ । ନନ୍ଦପୁର ଏସଡ଼ିପିଓ, ମାଛକୁଣ୍ଡ ଥାନା ଅଧିକାରୀ, ଲମତାପୁଟ ଫାଣ୍ଡି ଅଧିକାରୀ ଏବଂ ଜଲାପୁଟ ଫାଣ୍ଡି ଅଧିକାରୀ ୪ଟି ଟିମ୍ ଗଠନ କରି ମଟାମପୁଟ ଗାଁ ନିକଟରେ ଗାଡିକୁ ଅଟକାଇଥିଲେ ।

ତେବେ ପୋଲିସକୁ ଦେଖି ଡ୍ରାଇଭର ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଥିଲା । ସେହି ଗାଡିକୁ ଜବତ କରି ଯାଞ୍ଚ କରିଥିଲା ପୋଲିସ । ଗାଡିରେ ବିପୁଳ ପରିମାଣର ଗଞ୍ଜେଇ ରହିଥିଲା । ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ତେବେ ପିକ୍ ଅପ ଭ୍ୟାନରେ ନମ୍ବର ନଥିବାରୁ ଏହାର ପଞ୍ଜୀକରଣ ହୋଇଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।

   Related Posts