ରାଜସ୍ଥାନକୁ ଚାଲାଣ ବେଳେ ମାଡ଼ିବସିଲା ପୋଲିସ, ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Published By : Prameya-News7 Bureau | July 14, 2021 IST

ଲମତାପୁଟ ୧୪।୦୭: ଲମତାପୁଟରୁ ରାଜସ୍ଥାନ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ପାଡ଼ୁଆ ପୋଲିସ । କାର ଏବଂ ଟ୍ରକରୁ ପ୍ରାୟ ଅଢେଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ଗଞ୍ଜେଇର ମୁଲ୍ୟ ୩୦ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପଡୁଆ ଥାନା ଅଧିକାରୀ ହାଣ୍ଡିପୁଟ ଛକ ନିକଟରେ ନାକା ବନ୍ଦୀ କରିଥିଲେ । ଲମତାପୁଟ ଅଞ୍ଚଳ ରୁ ଦୃତ ଗତିରେ ଆସୁଥିବା କାର ଏବଂ ଟ୍ରକକୁ ପୋଲିସ ଅଟକାଇ ଥିଲା । ଅନ୍ଧାର ଏବଂ ବର୍ଷାର ସୁଯୋଗ ନେଇ ଗାଡି ଛାଡି ଜଙ୍ଗଲ ଭିତରକୁ ମାଫିଆମାନେ ଚମ୍ପଟ ମାରିଥିଲେ ।

ଗାଡ଼ି ଯାଞ୍ଚ କରିବାରୁ କାର ଭିତରୁ ୫୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଟ୍ରକ୍ କୁ ମାଫିଆ ଛାଡି ଚାଲିଯିବାରୁ ଏବଂ ବାହାର ରାଜ୍ୟର ନମ୍ବର ଲାଗି ଥିବା ଯୋଗୁଁ ଗାଡ଼ିକୁ ତନ ତନ କରି ପୋଲିସ ଯାଞ୍ଚ କରିଥିଲା । ଟ୍ରକ୍ ରେ ସ୍ଵତନ୍ତ୍ର ଚାମ୍ବର ରୁ ପ୍ରାୟ ଅଢେ଼ଇ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଉଭୟ ଗାଡିରୁ ୧୩ଟି ବସ୍ତାରେ ୩ କ୍ଵିଣ୍ଟାଲ ଗଞ୍ଜେଇ ଥିଲା । ଏହାର ମୂଲ୍ୟ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ହେବ ହେବବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.