ବିହାର ଚାଲାଣ ବେଳେ ଧରାପଡିଲା ଗଞ୍ଜେଇ, ୨ଗିରଫ

Published By : Prameya-News7 Bureau | April 25, 2021 IST

ଲମତାପୁଟ ୨୫।୦୪: କରୋନା କଟକଣା ବେଳେ ଗଞ୍ଜେଇ ମାଫିଆ ସକ୍ରିୟ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ପଣସପୁଟ ଗାଁରୁ ବିହାର ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି ବିପୁଳ ଗଞ୍ଜେଇ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

{"id":443689,"sizeSlug":"large","linkDestination":"none"}

ବିଶେଷ ସୂତ୍ରରୁ ଖବର ପାଇ କାଡାମ ଛକ ନିକଟରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ । ସେହି ସମୟରେ ଲମତାପୁଟ ଅଞ୍ଚଳରୁ ଦ୍ରୁତ ଗତି ରେ ଆସୁଥିବା ପିକଅପ ଭ୍ୟାନକୁ ଅଟକାଇ ଥିଲା । ଗାଡି ଯାଞ୍ଚ ବେଳେ ସେଥିରୁ ବିପୁଳ ଗଂଜେଇ ମିଳିଥିଲା । ଗାଡିରେ ଥିବା ଦୁଇ ଅଭିଯୁକ୍ତ ପୋଲିସକୁ ଚକମା ଦେଇ ଦଉଡି ପଳାଉଥିଲେ । ପୋଲିସ ସେମାନଙ୍କ ପିଛାକରି ଦୁଇ ଗଞ୍ଜେଇ ମଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି।

{"id":443690,"sizeSlug":"large","linkDestination":"none"}

ଗଞ୍ଜେଇ ଚାଲାଣରେ ବ୍ୟବହୃତ ପିକଅପ ଭ୍ୟାନକୁ ଜବତ କରିଛି ପୋଲିସ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଯୁବକ ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ଗାଁର ଅର୍ଜୁନ ଲୋକେଇ ଏବଂ ଗୋପୀନାଥ ଖେମୁଣ୍ଡୁ । ଏହି ଯୁବକ ମାନେ ନିଶା କାରବାରରେ ବହୁ ଦିନରୁ ଲିପ୍ତ ଥିବା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.