Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ, କାବୁ କଲା ପୋଲିସ ; ୪ ଗିରଫ

20/04/2021 at 8:24 AM

ଲମତାପୁଟ ୨୦।୦୪: କୋରାପୁଟ ଜିଲ୍ଲା ଲମତାପୁଟରେ କର୍ଫ୍ୟୁ ସମୟରେ ଗଞ୍ଜେଇ ମାଫିଆ ସକ୍ରିୟ । ଚୋରାଚାଲାଣ ବେଳେ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ କରାଯାଇଥିବା ବେଳେ ୪ଜଣଙ୍କୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲା ଅନକାଡେଲି ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ ।

କାଙ୍ଗ୍ରାପଡା ଛକ ନିକଟରେ ଲମତାପୁଟ ପୋଲିସ ନାକା ବନ୍ଦୀ କରି ଗାଡି ଯାଞ୍ଚ କରୁଥିଲା । ସେହି ସମୟରେ ମାଛକୁଣ୍ଡ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି ସୁଇଫ୍ଟ କାର କୁ ଅଟକାଇଥିଲା । ଗାଡି ଯାଞ୍ଚ ବେଳେ କାର ଡିକିରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ନମ୍ବର ବିହୀନ ଏହି କାର କୁ ଜବତ କରିଛି ପୋଲିସ। କାରରେ ତିନୋଟି ବସ୍ତାରେ ପ୍ରାୟ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଥିଲା ।

ଏହି ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୧ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଯୁବକ ମାନେ ହେଲେ ଉତ୍ତରପ୍ରଦେଶର ଅଜୟ ପ୍ରତାପ କୋରି , ହରି ଶଙ୍କର ସିଂ, ଗୁଲସାହାଦ ଏବଂ ରାହୁଲ ବର୍ମା । ଗିରଫ ଯୁବକଙ୍କୁ ପଚରା ଉଚରା ପରେ ଅନାକାଡେଲି ଅଞ୍ଚଳରୁ ବାବୁନି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଗଞ୍ଜେଇ କିଣିଥିବା ସେମାନେ ସ୍ଵୀକାର କରିଛନ୍ତି ବୋଲି ପୋଲିସ୍ କହିଛି ।

   Related Posts