ଚୋରାରେ ଦିଲ୍ଲୀ ଚାଲାଣ ; ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ

Published By : Prameya-News7 Bureau | April 17, 2021 IST

ଲମତାପୁଟ ୧୭।୦୪: ପୁଣି ଲମତାପୁଟ ପୋଲିସ କୁ ବଡ ସଫଳତା । ପାଡୁଆ ଅଞ୍ଚଳ ରୁ ଦିଲ୍ଲୀ ଗଞ୍ଜେଇ ଚୋରା ଚାଲଣ ବେଳେ ଦୁଇ ଗଞ୍ଜେଇ ମଫିଆଙ୍କୁ ମାଡ଼ି ବସିଲା ଲମତାପୁଟ ପୋଲିସ । ସେମାନଙ୍କ ନିକଟରୁ ୬୦ କେଜି ଗଞ୍ଜେଇ ଜବତ ହୋଇଛି ।

{"id":439562,"sizeSlug":"large","linkDestination":"none"}

ଖବର ଅନୁଯାୟୀ, କର୍ଫ୍ୟୁ ସମୟରେ ଲମତାପୁଟ ବଜାରରେ ପୋଲିସ ପେଟ୍ରୋଲିଂ ଚାଲିଥିଲା । ଠିକ ଏହି ସମୟରେ ପାଡୁଆ ଅଞ୍ଚଳରରୁ ଦୃତ ଗତିରେ ଆସୁଥିବା ମହିନ୍ଦ୍ରା କାରକୁ ଅଟକାଇ ଥିଲା ପୋଲିସ । ମାଫିଆ ମାନେ ଗାଡିକୁ ଅଟକାଇ ଥିଲେ ପୋଲିସ ଗାଡି ଯାଞ୍ଚ କରିବା ଆରମ୍ଭ କରିବା ସମୟରେ ପୋଲିସକୁ ଧକା ଦେଇ ଦ୍ରୁତ ଗତିରେ କାରକୁ ନେଇ ଚାଲି ଯାଇଥିଲେ ।

{"id":439563,"sizeSlug":"large","linkDestination":"none"}

ପୋଲିସ ଗାଡିକୁ ପିଛା କରି ପ୍ରାୟ ୪ କିଲୋମିଟର ଦୂର କାଡାମ ଗ୍ରାମ ଛକ ନିକଟରେ ଗଡିକୁ ଅଟକାଇବା ସହ ଦୁଇ ମଫିଆ ଙ୍କୁ କାବୁ କରିଥିଲା ପୋଲିସ । କାର ପଛପଟେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । କାର ରେ ଦୁଇଟି ବସ୍ତା ରେ ପ୍ରାୟ ୬୦ କେଜି ଗଞ୍ଜେଇ ଥିଲା ଏହାର ମୂଲ୍ୟ ପ୍ରାୟ ୬ ଲକ୍ଷ ରୁ ଉର୍ଦ୍ଧ ହେବବୋଲି ପୋଲିସ ସୂଚନା ଦେଇଛି। ଅଟକ ଯୁବକ ମାନେ ଦିଲ୍ଲୀ ର ପରମା ନନ୍ଦ ଏବଂ ମହିତ ସର୍ମା ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ପର୍ସ ଜବତ କରି ବା ପରେ ଦାମୀ କର ରେ ଆସି ଏମାନେ ବହୁ ବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ସ୍ଵୀକାର କରିଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.