ପିଆଜ ବୋଝେଇ ଗାଡିରେ ଗଞ୍ଜେଇ ଚୋରାଚାଲାଣ , ୨ଜଣ ଅଟକ

Published By : Prameya-News7 Bureau | June 16, 2020 IST

ଲମତାପୁଟ ୧୬।୦୬: ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ । କୋରାପୁଟ ଜିଲ୍ଲା ଜଲାପୁଟ  ଅଞ୍ଚଳରୁ କେରଳ ଚୋରା ଚାଲାଣ ବେଳେ ମାଛକୁଣ୍ଡ  ଲମତାପୁଟ ପୋଲିସ ହାତରେ ଧରା ପଡିଛି । ଗାଡିକୁ ଜବତ କରିବା ସହ କିଛି ଯୁବକଙ୍କୁ ଅଟକ ରଖିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

{"id":287220,"sizeSlug":"large"}

ସୂଚନାଯୋଗ୍ୟ ଯେ, ସଗର ଗ୍ରାମ ଛକ ନିକଟରେ ମାଛକୁଣ୍ଡ ଲମତାପୁଟ ପୋଲିସ ପାଟ୍ରୋଲିଂ କରୁଥିଲେ । ଗାଡି ଯାଞ୍ଚ  କରୁଥିବା ସମୟରେ  ଜଲାପୁଟ  ଅଞ୍ଚଳରୁ ଏକ ଦ୍ରୁତ ଗତିରେ ଆସୁଥିବା ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡି ଯାଞ୍ଚ ବେଳେ ଅଭିନବ ଉପାୟରେ ପିଆଜ ବୋଝେଇ  ଭ୍ୟାନରୁ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା ।  ଗଞ୍ଜେଇ ଚାଲାଣ ବେଳେ ବ୍ୟଭହୃତ ହୋଇଥିବା ଭ୍ୟାନ ଏବଂ ଦୁଇ   ଜଣକୁ  ଅଟକ ରଖିଛି ପୋଲିସ  । ଭ୍ୟାନରେ ପ୍ରାୟ  ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଛି । 

{"id":287222,"sizeSlug":"large"}

ଅଟକ ଥିବା ଯୁବକମାନେ କେରଳର ହୋଇ ଥିବାରୁ  ଭାଷା ବୁଝିବା ପାଇଁ  ସ୍ଥାନୀୟ  ମାଲାୟଲମ ଲୋକଙ୍କୁ ଡାକି ପୋଲିସ ସହାୟତା ଲୋଡିଛି ।  ପୋଲିସ  ଅଟକ ଯୁବକଙ୍କୁ ପଚରାଉଚରା ଜାରି ରଖିଛି  । ଆଞ୍ଚଳିକ ଭାଷା ଜାଣି ନଥିବା ସତ୍ତ୍ୱେ କିପରି ଏହି ଅଞ୍ଚଳକୁ ଆସି ଗଞ୍ଜେଇ ଚୋରା ଚାଲାଣ କରୁଥିଲେ  , ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ସ୍ଥାନୀୟ ଯୁବକ ଏଥିରେ ସଂପୃକ୍ତି ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି ।  ଲକ୍‌ଡାଉନ ସମୟରେ ଗଞ୍ଜେଇ ମଫିଆ ସକ୍ରିୟ ଥିବା ବେଳେ ପୋଲିସ ସଜାଗ ଅଛି । ଗଞ୍ଜେଇ ମଫିଆଙ୍କୁ ଧରିବା ପାଇଁ କଡାରୁ କଡା ପଦକ୍ଷେପ ନେବାକୁ ପଡିଲେ ବି ପଛଘୁଞ୍ଚା ଦେବନି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.