୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଲେ ମାଫିଆ, ୨ଟି ଗାଡ଼ି ସିଜ୍‌

Published By : Prameya-News7 Bureau | September 14, 2020 IST

କୋରାପୁଟ ୧୪।୦୯: କୋରାପୁଟ ଜିଲ୍ଲା ଲମତାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ପରିମାଣ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ଜଲାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ଗଞ୍ଜେଇ ଜବତ କରିଛି ଲମତାପୁଟ ପୋଲିସ ।

{"id":329349,"sizeSlug":"large"}

ସଗର ଗ୍ରାମ ଛକ ନିକଟରେ ଲମତାପୁଟ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଲାପୁଟରୁ  ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଭ୍ୟାନ ଏବଂ ବୋଲେରକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ  ଗାଡି ଦୁଇଟି  ବିପରିତ ଦିଗକୁ ବୁଲାଇ ପୋଲିସକୁ ଚକମା ଦେଇ ଚାଲି ଯାଉଥିଲେ । ପୋଲିସ ଗାଡି ଦୁଇଟିର ପିଛା କରିଥିଲା ।

ଅନ୍ଧାର ରାତି ଏବଂ ବର୍ଷାର ସୁଯୋଗ ନେଇ ଜଙ୍ଗଲରେ ଗାଡି ଛାଡି ମାଫିଆ ମାନେ ଚମ୍ପଟ ମାରିଥିଲେ । ଗାଡି ଦୁଇଟିକୁ ଯାଞ୍ଚ କରିବା ବେଳେ ପିକଅପ ଭ୍ୟାନରୁ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ୨ଟି ଯାକ ଗାଡିକୁ ଜବତ କରିଛି  ପୋଲିସ  । ଜବତ ଗାଡି ମାଲିକଙ୍କ ନାଁରେ କେସ ରୁଜୁ କରି ତଦନ୍ତ ଚାଲିଛି । ଏହି ଗଞ୍ଜେଇ ଚୋରା ଚାଲଣରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.