ବଢୁଛି ଚୋରା କାରବାର୍‌, ଭିନ୍ନ ଭିନ୍ନ ସ୍ଥାନରୁ ପ୍ରାୟ ୫୦୩ କେଜି ଗଞ୍ଜେଇ ଜବତ

Published By : Prameya-News7 Bureau | January 16, 2021 IST

କୋରାପୁଟ ୧୬।୦୧: କୋରାପୁଟ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗକୁ ମିଳିଛି ସଫଳତା । ଭିନ୍ନ ଭିନ୍ନ ୩ଟି ଘଟଣାରେ ପ୍ରାୟ ୫୦୩ କେଜି ଗଞ୍ଜେଇ ଜବତ ହୋଇଛି । ଏହି କାରବାରରେ ସଂପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ବୋଲେରୋ  ଜବତ ହେବା ସହ ଗୋଦାମକୁ ସିଲ୍‌ ମଧ୍ୟ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କୋରାପୁଟ ଅବକାରୀ ଇନ୍ସପେକ୍ଟର ତେଜରାଜ ଜାନୀ କହିଛନ୍ତି । 

{"id":393126,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ନନ୍ଦପୁର ଥାନା ଅଞ୍ଚଳରେ ଏକ ଘରେ ଗଞ୍ଜେଇ ମହଜୁଦ ଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଜିଲ୍ଲା ଅଧୀକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ ନିର୍ଦ୍ଦେଶରେ ବିଭାଗୀୟ ଇନ୍ସପେକ୍ଟର ତେଜରାଜ ଜାନୀଙ୍କ ନେତୃତ୍ବରେ ଜୟପୁର ଅବକାରୀ ନିରୀକ୍ଷକ ବିମ୍ବାଧର ପଣ୍ଡା , କୋରାପୁଟ ନିରୀକ୍ଷଜ ବିବେକାନନ୍ଦ ତରାଇ , ରପନିରୀକ୍ଷକ ଭବାନୀଶଙ୍କର ସେଠୀ ପ୍ରମୁଖ ଜନତାପୁଟରେ ଚଢ଼ଉ କରିଥିଲେ । ଗାଁର ଧନୁ କୁବାଙ୍କ ଘରୁ ୨୪୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ୧୨ଟି ବସ୍ତାରେ ଗଞ୍ଜେଇ  ଗଚ୍ଛିତ ରଖିଥିଲେ । ଭଲ ଦାମରେ ବାହାର ଗଞ୍ଜେଇ ମାଫିଆଙ୍କୁ ବିକ୍ରି ପାଇଁ ଯୋଜନା ଥିଲା । କୁବାଙ୍କ ଘରୁ ଗଞ୍ଜେଇ ଜବତ କରାଯିବା ସହିତ ତାକୁ ଗିରଫ କରଯାଇଛି । ଶୁକ୍ରବାର ସନ୍ଧ୍ୟାରେ କୋର୍ଟ ଚାଲଣ କରାଯାଇଥିବା ଅବକାରୀ ବିଭାଗ ଅଧିକାରୀ ସୁଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.