ଜାତୀୟ ରାଜପଥ ନିକଟରୁ ଗଞ୍ଜେଇ ଜବତ, ଜଣେ ଗିରଫ
27/11/2019 at 10:22 AM

ଖୋର୍ଦ୍ଧା ୨୭।୧୧: ୧୬ନଂ ଜତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ତିନିକେଜି ଗଞ୍ଜେଇ ଜବତ ସହ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାର ତ୍ରିଭଙ୍ଗ ବେହେରା ଭୁବନେଶ୍ବର ଯିବାପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଛକ ନିକଟରେ ବସକୁ ଅପେକ୍ଷା କରିଥିଲେ । ଅବକରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ବ୍ୟକ୍ତିକୁ ଗିରଫ କରିବା ସହ ତିନିକେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 20ହଜାର ଟଙ୍କା ହେବ ବୋଲି ଜଣାପଡିଛି ।
Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021
ଶୌଚ ପାଇଁ ଯିବା ବେଳେ ଭାଉଜଙ୍କୁ ଦୁଷ୍କର୍ମ କଲେ ଦିଅର ଓ ପୁତୁରା, ଜଣେ ଅଟକ
17 January 2021
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021