Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧା ଧଳାପଥର ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

25/08/2020 at 8:06 AM

ଖୋର୍ଦ୍ଧା ୨୫।୦୮: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଓ ନଗଦ ଟଙ୍କା ଜବତ ସହ ଜଣେ ଗିରଫ । ଖୋର୍ଦ୍ଧା  ଜିଲ୍ଲା ବେଗୁନିଆ  ଥାନା ଅନ୍ତର୍ଗତ ଧଳାପଥର ନିକଟରୁ ବେଗୁନିଆ ପୁଲିସ ଓ ଖୋର୍ଦ୍ଧା  ଅବକାରୀ ବିଭାଗ ତରଫରୁ ଚଢାଉ କରି  ୨୨ କେଜି ୨୭୦ଗ୍ରାମ  ଗଞ୍ଜେଇ ଜବତ କରାଯାଇଛି । ଏହାସହିତ ଶୁଭେନ୍ଦୁ କୁମାର ସ୍ୱାଇଁ(ବୁଲୁ) ନାମକ ଜଣେ ଚୋରା ଗଞ୍ଜେଇ  ବେପାରୀକୁ ଗିରଫ କରାଯାଇଛି ।

ବେଗୁନିଆ  ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଏବଂ ଅବକାରୀ ବିଭାଗର କର୍ମଚାରୀ ମିଳିତ ଭାବେ ଧଳାପଥର ଗ୍ରାମର ଶୁଭେନ୍ଦୁଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ୨୨ କେଜି ଗଞ୍ଜେଇ ସହିତ ନଗଦ ୨୭ ହଜାର ୨୦୦ଟଙ୍କା ଜବତ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ଦୁଇଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ଚାଲାଣ କରାଯାଇଛି ।

   Related Posts