Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଦୁର୍ଘଟଣାଗ୍ରସ୍ତ ବାଇକ୍‌ରୁ ଗଞ୍ଜେଇ ଜବତ, ମାଫିଆ ଫେରାର

6/12/2021 at 10:12 AM

କଣ୍ଟାବାଞ୍ଜି ୦୬।୧୨: ଫସର ଫାଟିଲା ଚୋରାରେ ଗଞ୍ଜେଇ ଚାଲାଣ । ଗାଡ଼ି ସହ ୨ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ । ମାଫିଆ ଫେରାର । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଚାନ୍ଦୋତରା ମୁଖ୍ୟ ଛକର ଭୁର୍ଷାଗୁଡ଼ା ନିକଟରୁ ଜବତ ହୋଇଛି ।

ଖବର ଅନୁଯାୟୀ, ଏକ ଧଳା ପଲସର ବାଇକ୍‌ ଯୋଗେ ୨ଜଣ ଯୁବକ ଦ୍ରୁତ ଗତିରେ ଭୂର୍ଷାଗୁଡ଼ା ଦେଇ ଚାନ୍ଦୋତରା ପଟକୁ ଆସୁଥିଲେ । ଚାନ୍ଦୋତରା ଛକରୁ ପ୍ରାୟ ୨୦୦ମିଟର ସରକାରୀ ମଦଭାଟି ସମ୍ମୁଖରେ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବାଇକ ଆରୋହୀ ଗାଡ଼ିରେ ୩ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ଛାଡି ଚମ୍ପଟ ମାରିଥିଲେ । ଯାହାର ଓଜନ ପ୍ରାୟ ୩୦ କେଜି ହେବ ବୋଲି ସୂଚନା ମିଳିଥିଲା। ଏହାପରେ ପୋଲିସ ଘଟଣାସ୍ଥଳର ପହଞ୍ଚି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌କୁ ଜବତ କରିଥିଲା । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଘଟଣାସ୍ଥଳରୁ ଏକ ମୋବାଇଲ୍‌ ମଧ୍ୟ ଜବତ କରିଛି ପୋଲିସ ।

ସେପଟେ ଫେରାର ମାରିଥିବା ଗଞ୍ଜେଇ ମାଫିଆଙ୍କ ଖବର ମିଳିପାରିନଥିବା ବେଳେ ପୋଲିସ ତନାଘନା ଆରମ୍ଭ କରିଛି । ଛତିଶଗଡ଼ରୁ କଳାହାଣ୍ଡି ଜିଲ୍ଲା ଦେଇ ବଲାଙ୍ଗୀର ତଥା ଅନ୍ୟ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି । ତେଣୁ ପୁରା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡାକଡି କରି ବେଆଇନ ଗଞ୍ଜେଇ ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

   Related Posts