Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପାଇକସାହିରୁ ୨୧କେଜି ଗଞ୍ଜେଇ ଜବତ, ଜଣେ ଗିରଫ

11/11/2019 at 12:38 PM

ନୟାଗଡ ୧୧।୧୧ : ନୟାଗଡ ଜିଲ୍ଲା ଇଟାମାଟି ପାଇକସାହିରୁ ୨୧କେଜି ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ୨୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇ ଆଜି ସକାଳୁ ପାଇକସାହିର ଗାଣ୍ଡୁ ସାହୁଙ୍କ ଘରେ ଚଢାଉ କରି ଗଞେଇ ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଗାଣ୍ଡୁ ସାହୁଙ୍କୁ ଗିରଫ କରାଯାଇଛି । ଗାଣ୍ଡୁ ଇଟାମାଟି ବଜାରରେ ପାନ ଦୋକାନ କରିବା ସହ ଗଞେଇ ବେପାର କରୁଥିବାର ଅଭିଯୋଗ  । କିଛି ବସ୍  ଓ କାର୍ ଯୋଗେ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଆଣି ବେପାର କରୁଥିବା କଥା ସ୍ବୀକାର କରିଛି  । କେବଳ ସେ ନୁହେଁ ଇଟାମାଟିର ଅନ୍ୟ କିଛି ଲୋକ ମଧ୍ୟ ଏହି ବେପାର ଜଡିତ ବୋଲି  ସୂଚନା ମିଳିଛି  । ପୂର୍ବରୁ ଗାଣ୍ଡୁଙ୍କ ନାମରେ କିଛି ମାମଲା ଅଛି କି ନାହିଁ, ଏହି ବେପାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି , ସେ ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ଅବକାରୀ ନିରୀକ୍ଷକ କହିଛନ୍ତି । ଇଟାମାଟିରେ ବ୍ୟାପକ ଗଞ୍ଜେଇ ବେପାର ଚାଲୁଥିବା ବେଳେ ନୟାଗଡ ଅବକାରୀ ବିଭାଗ ପାଖରେ କିଭଳି ଖବର ରହୁନାହିଁ ତାହା ସମସ୍ତଙ୍କୁ  ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts