Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖଣ୍ଡଗିରି ଛକରୁ ୧କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ

10/07/2021 at 12:36 PM

ଭୁବନେଶ୍ୱର ୧୦।୦୭: ରାଜଧାନୀରୁ ପୁଣି ଗଞ୍ଜେଇ ଜବତ । ଚୋରା ଚାଲାଣ ବେଳେ ଗଞ୍ଜେଇ ଭର୍ତ୍ତି କାର ସହ ୩ଜଣଙ୍କୁ ଗିରଫ ପୋଲିସ । ଗିରଫ ୩ଜଣଙ୍କ ନାମ ପ୍ରଶାନ୍ତ ମାଝି, ସଂଜୟ ମାଝି ଓ ପ୍ରଶାନ୍ତ ଗମାଙ୍ଗ ବୋଲି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗଜପତି ଜିଲ୍ଲାରୁ ଏକ କାର୍‌ ଯୋଗ ଗଞ୍ଜେଇ ଭର୍ତ୍ତି କରି କଲିକତା ଅଭିମୁଖେ ଯାଉଥିଲା । ଖଣ୍ଡଗିରି ଛକରେ  ପୋଲିସ ଓ ଏସ୍‌ଟିଏପ୍‌ କୌଣସି ସୁତ୍ରରୁ ଖବର ପାଇ କାର୍‌କୁ ଅଟକ ରଖିଥିଲା । କାର୍‌କୁ ଯାଞ୍ଚ ସମୟରେ ପ୍ରାୟ ୧କ୍ୱିଣ୍ଟାଲ ୩୫କେଜିର ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ପୋଲିସ ।

ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରଖିଛି । ଏହି କାର୍‌ବାରରେ ଆଉ କେତେ ଜଣ ସାମିଲ ଅଛନ୍ତି । ଏହି ସିଣ୍ଡିକେଟ୍‌ କେତେ ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି । ସେନେଇ ଖୋଲତାଡ଼ ଜାରି ରଖିଛି ପୋଲିସ ।

   Related Posts