Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ରାଜଧାନୀରୁ ୫୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

21/09/2021 at 12:14 PM

ଭୁବନେଶ୍ବର ୨୧।୦୯ : ରାଜଧାନୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଯୁବକଙ୍କ ନାମ ମାଧବା ଦିଗାଲ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗଞ୍ଜେଇ କାରବାର ନେଇ ଅକବାରୀ  ନିକଟରେ ଖବର ରହିଥିଲା । ପୂର୍ବ ସୂଚନାନୁସାରେ ଅବକାରୀ ବିଭାଗ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ପ୍ରାୟ ୫୫କେଜିର ଗଞ୍ଜେଇ ଜବତ କରିଥିଲା । ଏହାସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ନାମ ମାଧବ ଦିଗାଲ ବୋଲି ଜଣାପଡ଼ିଛି । ତେବେ ଏସବୁ ଗଞ୍ଜେଇ କେଉଁ ସ୍ଥାନକୁ ଚାଲାଣ ହେଉଥିଲା । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଅବକାରୀ ବିଭାଗ ।  

   Related Posts