ଗାଁ ରାସ୍ତା ପାଲଟିଥିଲା ଚୋରା କାରବାରର ପଥ, ଅଧାବାଟରେ ଧରିଲା ପୋଲିସ ; ୧୦୦କେଜି ଗଞ୍ଜେଇ ଜବତ, ୨ ଗିରଫ
13/10/2020 at 2:48 PM

ଭଦ୍ରକ ୧୩।୧୦: ଗଞ୍ଜେଇ ଚୋରା କାରାବାର ବେଳେ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ ମଧ୍ୟ କରିଛି ।

ଖବର ଅନୁଯାୟୀ, ୧୦୦ କିଲୋ ଗଞ୍ଜେଇ ବୋଝେଇ କାରଟି ବ୍ରହ୍ମପୁର ଅଞ୍ଚଳରୁ ଆସି ଗାଁ ଭିତରେ ପଶି ବାଲେଶ୍ଵର ଅଭିମୁଖେ ଯାଉଥିଲା । ବାସୁଦେବପୁର ଥାନା ପୋଲିସ ଖବର ପାଇ ସୁଁଆଗାଁ ନିକଟରେ କାରକୁ ଅଟକାଇବାରେ ସକ୍ଷମ ହୋଇଥିଲା । ଚେକିଂ ସମୟରେ କାର ଭିତରେ ୧୦୦ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଛି ।

ପୋଲିସ ଗଞ୍ଜେଇ ଜବତ କରିବା ସହ କାରକୁ ଜବତ କରିଛି । ଏହାସହିତ ଗାଡ଼ିରେ ଥିବା ୨ଜଣଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ଏସଡିପିଓ ଏନେଇ ସୂଚନା ଦେଇଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ଗଞ୍ଜେଇ ଚୋରାକାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ଏଥିରେ କେତେ ଲୋକ ସାମିଲ ଅଛନ୍ତି । ସେନେଇ ତଦନ୍ତ ଜାରି ରହିଛି ।