ମାତିଛନ୍ତି ଗଞ୍ଜେଇ ମାଫିଆ, ଆମ୍ବୁଲାନ୍ସରେ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ

Published By : Prameya-News7 Bureau | November 11, 2021 IST

ଭଦ୍ରକ ୧୧।୧୧ : ମାତିଛନ୍ତି ଗଞ୍ଜେଇ ମାଫିଆ । ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ । ଚୋରାରେ ବେଆଇନ ସାମଗ୍ରୀ ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏମିତି ଚୋରା ଚାଲାଣକୁ ଧରିଛି ଭଦ୍ରକ ପୋଲସ । ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଛି ଭଦ୍ରକ ପୋଲିସ ।

{"id":542018,"sizeSlug":"full","linkDestination":"none"}

 ଖବର ଅନୁଯାୟୀ, ଆମ୍ବୁଲାନ୍ସ ଭିତରେ ୫୦ ରୁ କେଜିରୁ ଅଧିକ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଆମ୍ବୁଲାନ୍ସଟି ଗଞ୍ଜେଇ ନେଇ କଟକରୁ ଭଦ୍ରକ ଅଭିମୁଖେ ଆସୁଥିବା ନେଇ ସୂଚନା ମିଳିବା ପରେ ଆକ୍ସନକୁ ଆସିଥିଲା ପୋଲିସ । ଭଦ୍ରକ ଟାଉନ୍‌ ଥାନା ପୋଲିସ ବନ୍ତ ଛକ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା । ଏହି ଯାଞ୍ଚରେ ଗାଡ଼ିରୁ ପ୍ରାୟ ୫୦କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ଡ୍ରାଇଭର ସମେତ ଆଉ ଜଣଙ୍କୁ ଅଟକ ରଖିଛି ଟାଉନ୍‌ ଥାନା ପୋଲିସ । ଘଟଣାରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

{"id":542019,"sizeSlug":"full","linkDestination":"none"}

ତେବେ ଗଞ୍ଜେଇ ଚୋରା କାରବାର୍‌ର ଲିଙ୍କ କେତେ ବାଟ ଯାଏଁ ଲମ୍ବିଛି । ସେନେଇ ଖୋଲତାଡ଼ ଜାରି ରଖିଛି ଭଦ୍ରକ ଟାଉନ୍‌ ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.