କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22/01/2021 at 3:35 PM

ଭଦ୍ରକ୨୨/୧: କ୍ୟାବିନ୍ରେ ଚାଲିଛି ଗଞ୍ଜେଇ କାରବାର। ପେଟ୍ରୋଲିଂ ବେଳେ ଅବକାରୀ ଟିମ୍ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି। ଚଢ଼ାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ ସହ ଗଞ୍ଜେଇ ବିକ୍ରି କରି ରଖିଥିବା ଟଙ୍କା ମଧ୍ୟ ଜବତ ହୋଇଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ପେଟ୍ରୋଲିଂ ଟିମ୍ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ରାଣିତାଲ ନିକଟରେ ଏକ କେବିନରେ ଗଚ୍ଛିତ ଗଞ୍ଜେଇ ଜବତ କରିଛି। ଚଢ଼ାଉ ବେଳେ କେବିନ ଭିତରୁ ୧୨ କେଜି ଗଞ୍ଜେଇ ସହ ନଗଦ ୧ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଛି। ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ। ଗଞ୍ଜେଇ ବିକ୍ରି କରୁଥିବା ରବୀନ୍ଦ୍ର ସାହୁଙ୍କୁ ଅବକାରୀ ଟିମ ଗିରଫ କରିଥିବା ସୂଚନା ଦେଇଛି।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021