Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଉପରେ ଗୋଖାଦ୍ୟ, ଭିତରେ ଗଞ୍ଜେଇ ; ଟ୍ରକରୁ ଜବତ ହେଲା ୨ହଜାର କିଲୋ ନୀଳଜହର

30/01/2021 at 1:12 PM

ବ୍ରହ୍ମପୁର ୩୦।୦୧ : ଧରାପଡିଲା ବିପୁଳ ପରିମାଣର ଗଞ୍ଜେଇ । ଟ୍ରକରୁ ପ୍ରାୟ ୨ ହଜାର କିଲୋର ଗଞ୍ଜେଇ ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କନିଷି ନିକଟରୁ ଏତେ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ।

ଖବର ଅନୁଯାୟୀ, ରାଜ୍ୟ ବାହାରକୁ ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ କାରବାର । ଯାହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ।  ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗର ଗୁଇନ୍ଦା ବିଭାଗ । ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ କନିଷି ନିକଟରେ ଏକ ଗଞ୍ଜେଇ ଟ୍ରକ ଜବତ ହୋଇଛି । ପ୍ରାୟ ୨ହଜାର କିଲୋର ଗଞ୍ଜେଇ ଜବତ କରିଛି ।

କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗ । ତେବେ ଏହି ଘଟଣାରେ ଗାଡି ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ଏହାପୂର୍ବରୁ  ନଡ଼ିଆ କତା ବୋଝେଇ ଟ୍ରକରେ ଚାଲାଣ ହେବା ସମୟରେ ଧରିଥିଲା ଅବକାରୀ ଗୁଇନ୍ଦା ବିଭାଗ।

   Related Posts