Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଘୁଷୁରୀ ଗୁହାଳରୁ ୧୨ ଶହ କିଲୋର ଗଞ୍ଜେଇ ଜବତ : ୩ ଗିରଫ, ରହିଛି ଓଡିଶା ଲିଙ୍କ୍ !

11/09/2020 at 8:42 AM

ବେଙ୍ଗାଲୁରୁ ୧୧।୦୯: କର୍ଣ୍ଣାଟକର କାଲବୁର୍ଗୀ ଜିଲ୍ଲାରୁ ୧୨ ଶହ କିଲୋରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି ବେଙ୍ଗାଳୁରୁ ପୋଲିସ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଗଞ୍ଜେଇ କାରବାରରେ ସଂପୃକ୍ତ ଗିରଫ ଅଭିଯୁକ୍ତଙ୍କ ପାଖରୁ ଓଡ଼ିଶା ଲିଙ୍କ୍ କଥା ସାମ୍ନାକୁ ଆସିଛି ।

ବେଙ୍ଗାଳୁରୁ ପୋଲିସର ସୂଚନା ଅନୁସାରେ ସେସାଦ୍ରୀପୁରମ୍ ପୋଲିସ ଷ୍ଟେସନରେ ଅଟକ ଜଣେ ଅପରାଧୀ ଠାରୁ ଖବର ପାଇ କାଲବୁର୍ଗୀ ଜିଲ୍ଲା କମଲାପୁରା ଅଂଚଳର ରଙ୍ଗନାଥ ରେଡ୍ଡୀ ଗାଁରେ ପହଞ୍ଚିଥିଲା ପୋଲିସ । ସେଠାରେ ଥିବା ଏକ ଘୁଷୁରି ଗୁହାଳ ଭିତରେ ଥିବା ଏକ ସମ୍ପ୍ ରୁ ବସ୍ତା ବସ୍ତା ଗଞ୍ଜେଇ ଜବତ କରିଥିଲା । ଏହି ଗଞ୍ଜେଇ କାରବାରର ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ସହ ତା’ର ୩ ସହଯୋଗୀଙ୍କୁ ଗିରଫ କରିଛି ।

ଓଡ଼ିଶାରୁ ଏସବୁ ଗଞ୍ଜେଇ ତେଲେଙ୍ଗାନାରେ ପହଞ୍ଚିବା ପରେ ସେଠାରୁ ପରିବା ଟ୍ରକରେ କର୍ଣ୍ଣାଟକ ଯାଉଥିଲା ବୋଲି ପୋଲିସ କହିଛି । ଏଥିସହ ଓଡ଼ିଶା ଲିଙ୍କ୍ ଥିବା ଅନ୍ୟ ଜଣେ ମାଫିଆକୁ ମଧ୍ୟ ଗିରଫ କରିଛି ପୋଲିସ । ଆଜି ପ୍ରେସମିଟ୍ କରି ପୂରା ଘଟଣାର ଖୁଲାସା କରିବ ବେଙ୍ଗାଳୁରୁ ପୋଲିସ ।

   Related Posts