Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଚୋରାରେ ଦିଲ୍ଲୀ ଯାଉଥିଲା ଗଞ୍ଜେଇ, କାର୍‌ରୁ ୧ କ୍ୱିଣ୍ଟାଲ୍ ନୀଳ ଜହର ଜବତ

10/04/2021 at 7:35 AM

ବାଲିଗୁଡ଼ା ୧୦।୦୪: କନ୍ଧମାଳରୁ ରାୟଗଡ଼ା ଦେଇ ଦିଲ୍ଲୀକୁ ଚାଲାଣ ବେଳେ ଗଞ୍ଜେଇ ଜବତ l ଗୋଟିଏ କାର ସହ ୧ କ୍ବିଣ୍ଟାଲ ୪ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ୨ଜଣଙ୍କୁ ପୋଲିସ ଗିରଫ କରିଥିବାର ସୂଚନା ରହିଛି ।

ଖବର ଅନୁଯାୟୀ, ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ଗଞ୍ଜେଇ ଚୋରାଚାଲାଣ ଚାଲିଥିବା ଖବର ପାଇଥିଲେ । ଏ ନେଇ ତୁମୁଡ଼ିବନ୍ଧ ଥାନା ପୋଲିସକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ l ତୁମୁଡ଼ିବନ୍ଧ ଥାନା ଏସଆଇ ଜୟନ୍ତ ସେଠୀଙ୍କ ନେତୃତ୍ବରେ ପୋଲିସ୍ ଟିମ୍ କାଲିସ ପଦର ଛକ ନିକଟରେ ଯାତାୟତ କରୁଥିବା ଗାଡ଼ିକୁ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଏହି କାରରୁ ୧ କ୍ବିଣ୍ଟାଲ ୪ କିଲୋ ଗଞ୍ଜେଇ ମିଳିଥିଲା । ନୂଆଦିଲ୍ଲୀର ଗଞ୍ଜେଇ ମାଫିଆ ଅଜୟ ସିଂ ଓ ନିଜାମ୍ ସାହାଙ୍କୁ ଗିରଫ କରିଛି ପୋଲିସ l ପୋଲିସ୍ ଏନ୍ ଡି ପିଏସ ଆକ୍ଟ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

   Related Posts