ଆନନ୍ଦପୁର: ଗଞ୍ଜେଇ ମାଫିଆ ଘରେ ଚଢ଼ାଉ, ବିପୁଳ ପରିମାଣର ଗଞ୍ଜେଇ ଜବତ

Published By : Prameya-News7 Bureau | February 01, 2021 IST

ଆନନ୍ଦପୁର୧/୨:  ଆନନ୍ଦପୁର ନନ୍ଦିପଦା ଗ୍ରାମର କୁଖ୍ୟାତ ଗଞ୍ଜେଇ ମାଫିଆ କାହ୍ନୁ ଚରଣ ଜେନା ଘରେ ଚଢ଼ାଉ। ପୋଲିସ ଚଢ଼ାଉ କରି ଘରୁ ୩ ବସ୍ତା ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୫୪ କିଲୋ ୬୦୦ ଗ୍ରାମ। ପୂର୍ବରୁ ମଧ୍ୟ ଏହି ବ୍ୟକ୍ତି ନାଁରେ ଗଞ୍ଜେଇ କାରବାର କରୁଥିବାର ଅଭିଯୋଗ ରହିଛି। ଦୁଇ ବର୍ଷ ପୂର୍ବେ କଟକ ଅବକାରୀ ବିଭାଗ କାହ୍ନୁ ଘର ରେଡ୍ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା। ହେଲେ କୌଶଳ କ୍ରମେ କାହ୍ନୁ ଖସି ଯାଇଥିଲା। ଆଜି ମଧ୍ୟ ପୂର୍ବରୁ ଖସିଯିବାରେ କାହ୍ନୁ ସଫଳ ହୋଇଛି। ହେଲେ ଘରେ ଥିବା ଗଞ୍ଜେଇ ଜବତ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.