ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ୨ ଅଟକ

Published By : Prameya-News7 Bureau | October 05, 2020 IST

ଗଞ୍ଜାମ ୦୫।୧୦: ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ୨ ଅଟକ । ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟ ନଗରର ଘଟଣା । କବିସୂର୍ଯ୍ୟନଗର ଥାନା ବୁଢାମ୍ବ ଫାଣ୍ଡି ନିକଟରେ ପୋଲିସ ଗାଡି ଯାଞ୍ଚ ବେଳେ ଏକ ଆମ୍ବୁଲାନ୍ସ ଲେଖା ଗାଡ଼ିରୁ ପିପିଇ କିଟ୍ ଘୋଡା ଯାଇଥିବା ଗଞ୍ଜେଇ ସହ ଦୁଇ ଗଞ୍ଜେଇ ମାଫିଆ ପୋଲିସ ହାତରେ ଧରାପଡ଼ିଛନ୍ତି l

{"id":338811,"sizeSlug":"large"}

ଦିଗପହଣ୍ଡି ଅଂଚଳରୁ କୋଦଳା ଅଭିମୁଖେ ଯାଉଥିବା ଆମ୍ବୁଲାନ୍ସକୁ ଦେଖି ସନ୍ଦେହ ହେବାରୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଗାଡ଼ିରୁ ଗଞ୍ଜେଇ ମିଳିଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା କି କରୋନା ସମୟରେ କିପରି ଆମ୍ବୁଲାନ୍ସରେ ଏପରି ଗଞ୍ଜେଇ କାରବାର ଚାଲିଛି । ଯାହାକି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.