Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମକା ବୋଝେଇ ଟ୍ରକରୁ ୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୪ ନିଶା ବେପାରୀ ଗିରଫ

21/02/2021 at 9:27 PM

ମୁନିଗୁଡା୨୧/୨: ବିଷମ କଟକ ପୋଲିସକୁ ମିଳିଛି ବଡ଼ ସଫଳତା। ମକା ବୋଝେଇ ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର। ଟ୍ରକ ସହ ୧୧ କ୍ବିଣ୍ଟାଲ ୪୦ କେଜି  ଗଞ୍ଜେଇ ଜବତ ହୋଇଛି।  ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ। ଏଥିସହ ୪ ନିଶା ବେପାରୀ ଗିରଫ।

ବଡ଼ ଚତୁରତାର ସହ ମକା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିଲା ବେଳେ ବିଷମକଟକ ପୋଲିସ ନିଶା ବେପାରୀଙ୍କୁ ଗିରଫ କରିଛି। କୌଣସି ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ବିଷମକଟକ ଏସ ଡି ପିଓଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଏହି ଟ୍ରକକୁ ବିଷମ କଟକ ଥାନା ସାହାଡ଼ା ପଞ୍ଚୟତ ନିକଟରେ ପୋଲିସ ଜବତ କରିଛି।

ଟ୍ରକ ନମ୍ବର୍ AP26-TT-6282 ମକା  ବୋଝେଇ ଟ୍ରକଟି ଗୁଡାରି ଅଞ୍ଚଳରୁ ଭାୟା ବିଷମ କଟକ ଅଞ୍ଚଳ ଦେଇ ଉତ୍ତରପ୍ରଦେଶ ଯାଉଥିବା ବେଳେ ଏହାକୁ ଯାଞ୍ଚ କରିଥିଲା ପୋଲିସ । ତେବେ ଏହି ଟ୍ରକ ଡାଲାରେ ଏକ ସ୍ୱତନ୍ତ୍ର ବକ୍ସ ଥିବା ଜାଣିବା ପରେ ଟ୍ରକକୁ ଜବତ କରି ଥାନାକୁ ଆଣିଥିଲା ପୋଲିସ।  ଜବତ ହୋଇଥିବା ଟ୍ରକରେ ଥିବା ଏହି ବକ୍ସ ଭିତରୁ  ୩୮ ବସ୍ତା ଗଞ୍ଜେଇ ବାହାରିଥିଲା।

   Related Posts