ନବରଙ୍ଗପୁରରୁ ଗଂଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଅଭିଯୁକ୍ତ

Published By : Prameya-News7 Bureau | September 03, 2019 IST

ନବରଙ୍ଗପୁର ୩/୯: ଆଜି ସକାଳୁ ନବରଙ୍ଗପୁର ଅବକାରୀ ବିଭାଗ କର୍ମଚାରୀ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ନବରଙ୍ଗପୁର ସହର ସ୍ଥିତ ଚ।ଉଁରିଆଗୁଡା ଠାରେ ଜଗି ରହିଥିଲେ। ଏହି ସମୟରେ ଦୁଇ ଯୁବକ ଦୁଇଟି ବାଇକରେ ତିନୋଟି ବ୍ୟାଗ ଧରି ସହର ବାହାର ରାସ୍ତାରେ ଯାଉଥିବା ସମୟରେ ଅବକାରୀ ବିଭାଗ କର୍ମଚାରୀ ମାନେ ପିଛା କରିଥିଲେ।

{"id":152518}

ଗଂଜେଇ ଚାଲାଣ କରୁଥିବା ଦୁଇ ଯୁବକ ପିଛା କରୁଥିବା ସନ୍ଦେହ କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ କର୍ମଚାରୀ ମାନଙ୍କ ହାତରେ ଧରା ପଡିଥିଲେ। ତିନୋଟି ବ୍ୟାଗରେ ୪୫ କିଲୋ ଗଂଜେଇ ଥିବା ନିଜେ ଗଂଜେଇ ଚାଲାଣ କାରୀ ସ୍ବୀକାର କରିଛନ୍ତି।କୋରାପୁଟ ଜିଲ୍ଲା ବୋଇପାରିଗୁଡାରୁ ରାୟପୁରକୁ ଗଂଜେଇ ଚାଲାଣ ହେଉଥିଲା ବୋଲି କହିଛନ୍ତି ଅଭିଯୁକ୍ତ ।

{"id":152519}

ଗଂଜେଇ ଭରା ବ୍ୟାଗ ସହ ଦୁଇ ଯୁବକ ଓ ଦୁଇଟି ବାଇକ ଜବତ କରିଛି ଅବକାରୀ ବିଭାଗ।ଗଂଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଧରାପଡିଥିବା ଦୁଇ ଅଭିଯୁକ୍ତ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.