ମାଲକାନଗିରିରେ ପୁଣି ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ ; ଡ୍ରାଇଭର ଚମ୍ପଟ
7/09/2018 at 1:35 PM

ମାଲକାନଗିରି ୭/୯ : ପୁଣି ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ ହୋଇଛି । ମାଲକାନଗିରି ଦେଖିବାକୁ ମିଳିଛି ଏପରି ଅଭାବନିୟ ଘଟଣା । ଗଞ୍ଜେଇ ଚୋରା ଚାଲାଣ କାରୀ ମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଆଜି ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ନେଉଥିବା ବେଳେ ମୁଦୁଲିପଡା ଥାନା ପୋଲିସ ଏହାକୁ ଜବତ କରିଛି। ବାଲିମେଳା ଜୟପୁର ରାସ୍ତାରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଆମ୍ବୁଲାନ୍ସକୁ ଅଟକାଇ ଚେକ କରିବା ସମୟରେ ଦେଖିବାକୁ ମିଳିଥିଲା ଯେ ଏଥିରେ ରୋଗୀ ବଦଳରେ ସାଢ଼େ ତିନି ବସ୍ତା ଗଞ୍ଜେଇ ଚାଲାଣ କରାଯାଉଛି । ଡ୍ରାଇଭର ନିଜକୁ ବଞ୍ଚେଇବାକୁ ଯାଇ ଖଇରପୁଟ ମାଥିଲି ରାସ୍ତାକୁ ଯିବା ସମୟରେ କଲୋନୀ ପାଖରେ ଗାଡିଟି ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଚାଲି ଯାଇଥିଲା । ପରେ ମୁଦୁଲିପଡା ପୋଲିସ ସାଢ଼େ ତିନି ବସ୍ତା ଗଞ୍ଜେଇ ଜବତ କରିବା ସହ ଆମ୍ବୁଲାନ୍ସ ଟିକୁ ବାହାର କରି ମୁଦୁଲିପଡା ଥାନାକୁ ନେଇଥିଲେ। ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣା ପଡ଼ିଛି।