ଜଙ୍ଗଲରୁ ମିଳିଲା କୋଟିଏ ଟଙ୍କାର ଗଞ୍ଜେଇ, ଫେରାର ହୋଇଗଲେ ମାଫିଆ

Published By : Prameya-News7 Bureau | August 05, 2021 IST

ଲମତାପୁଟ, ୦୫|୦୮: ସବୁଜ ଜହରର ହବ୍ ପାଲଟିଛି  ଲମତାପୁଟ  । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ  ଜଙ୍ଗଲରୁ  ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ।  

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ  ଏସପିଙ୍କ ନିର୍ଦେଶ କ୍ରମେ  ଏସଡ଼ିପିଓଙ୍କ    ନେତୃତ୍ଵରେ  ବଡପଡ଼ା ଘାଟି ନିକଟ ଜଙ୍ଗଲରେ ଚଢଉ କରିଥିଲେ । ଜଙ୍ଗଲରେ ଚୋରା ଚାଲଣ ପାଇଁ ଗଞ୍ଜେଇ ଗଛିତ ରଖା ଯାଇଥିବା ଖବର ମିଳିଥିବା ନେଇ ଲମତାପୁଟ ପୋଲିସକୁ ସୂଚନା ମିଳିଥିଲା ।  ଜଲାପୁଟ ପୋଲିସ ଦୁଇଟି ଟିମ୍ ଗଠନ କରି ଜଙ୍ଗଲକୁ ତନ୍ନତନ୍ନ କରି  ଯାଞ୍ଚ କରିଥିଲା ।  ଜଙ୍ଗଲରେ ପୁଳା ପୁଳା ଗଞ୍ଜେଇ ବସ୍ତା ଥିବା ଦେଖିବାକୁ ପାଇଥିଲା ପୋଲିସ୍ । 

ତେବେ ବୁଧବାର ସନ୍ଧ୍ୟାରେ ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହୋଇଥାନ୍ତା କିନ୍ତୁ  ଜଙ୍ଗଲରୁ ୩୯ ଟି ବସ୍ତା ଗଞ୍ଜେଇ ବସ୍ତା ଜବତ କରିବାରେ ସଫଳ ହୋଇଛି ପୋଲିସ  ।  ଏହି ଗଞ୍ଜେଇକୁ ଓଜନ କରିବାରୁ ଏକ ଟନ ୧୦ କେଜି ଗଞ୍ଜେଇ ଥିବା ଜଣାପଡ଼ିଛି । ଏହାର ମୁଲ୍ୟ ପ୍ରାୟ ଏକ କୋଟି ଏକ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନା ଅନୁଯାୟୀ,  ଜଙ୍ଗଲରେ ଗଞ୍ଜେଇ ସହ କିଛି ମାଫିଆ ଥିବାର ଖବର ମଧ୍ୟ ଥିଲା କିନ୍ତୁ କର୍ମଚାରୀ ଅଭାବରୁ ମାଫିଆ ଫେରାର ହେବାର ସକ୍ଷମ ହୋଇଥିଲେ । ଲକଡାଉନ୍ କୋହଳ ପରେ ଗଞ୍ଜେଇ ମାଫିଆ ପୁଣି ସକ୍ରିୟ ହୋଇ ପଡିଛନ୍ତି । ଏହା ପୋଲିସ ପାଇଁ ପୁଣି ବଡ଼ ଚାଲେଞ୍ଚ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.