ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ସାତ ଗିରଫ

Published By : Prameya-News7 Bureau | November 16, 2019 IST

ଜୟପୁର ୧୬।୧୧: ଗଂଜେଇ ଚୋରା ଚାଲାଣ ସମୟରେ ଚାରୋଟି ପୃଥକ ପୃଥକ ମାମଲାର ମୋଟ ସାତଜଣଙ୍କୁ ଗିରଫ କରିଛି ଜୟପୁର ଉପଖଣ୍ଡ ପୋଲିସ।ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି ।

{"id":185167,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟ ବାହାରକୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବରପାଇ  ପୋଲିସ ଚଢାଉ କରି ସମସ୍ତଙ୍କ ଗିରଫ ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଜୟପୁର ଟାଉନ, ଜୟପୁର ସଦର ଓ ବୈପାରୀଗୁଡା ପୋଲିସ ମିଳିତ ଭାବେ ସମସ୍ତଙ୍କୁ କାବୁ କରିଥିବା ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ମୋଟ ୧୭୨ କେଜି ଗଂଜେଇ ସହ ତିନୋଟି କାର, ଗୋଟିଏ ମଟର ସାଇକେଲ ଓ ଆଠଟି ମୋବାଇଲ ଜବତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.