ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ : ଗଞ୍ଜେଇ ଜବତ, ଡ୍ରାଇଭର ଅଟକ

Published By : Prameya-News7 Bureau | January 25, 2020 IST

କନ୍ଧମାଳ ୨୫।୦୧: କନ୍ଧମାଳ ଫିରିଙ୍ଗିଆରୁ ଆମ୍ବୁଲାନ୍ସ ଯୋଗେ ଗଂଜେଇ ଚୋରା ଚାଲାଣ  ବେଳ ଜବତ ।  ପୋଲିସ  ଆମ୍ବୁଲାନ୍ସ ଜବତ କରିବା ସହ ଡ୍ରାଇଭର  ଅଜୟ ପ୍ରଧାନଙ୍କୁ  ଗିରଫ କରିଛି  । ଆମ୍ବୁଲାନ୍ସରୁ ୮୨ କେଜି ଚୋରା ଗଂଜେଇ ଜବତ ହୋଇଛି  । ତେବେ ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ।

{"id":215850,"sizeSlug":"large"}

ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ଅଂଚଳରୁ ଭୁବନେଶ୍ବରକୁ ଗଂଜେଇ ଚୋରା ଚାଲାଣ ହେଉଥଲା । କୌଣସି ସୁତ୍ରରୁ ଫିରିଙ୍ଗିଆ ଥାନା ପୋଲିସ ଖବର ପାଇ  ଚଢାଉ କରିଥିଲା । ପୋଲିସ ଚଢାଉରେ ଆମ୍ବୁଲାନ୍ସରୁ ୮୨ କେଜି ଚୋରା ଗଂଜେଇ ଜବତ କରିବା ସହ ଆମ୍ବୁଲାନ୍ସକୁ ମଧ୍ୟ ଜବତ କରିଛି। ଆମ୍ବୁଲାନ୍ସ ଡ୍ରାଇଭର ଅଜୟ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

{"id":215851,"sizeSlug":"large"}

 ଫିରିଙ୍ଗିଆ ପୋଲିସ ଏନେଇ ଏକ ମାମଲା ମଧ୍ୟ ରୁଜୁ କରିଛି। ତେବେ ଜବତ ହୋଇଥିବା  ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଫିରିଙ୍ଗିଆ ଓ ଗୋଚ୍ଛାପଡା ଥାନା ଅଂଚଳରୁ ପ୍ରତିଦିନ ଏପରି ବିଭିନ୍ନ ଗାଡି ସହଯୋଗରେ ଗଂଜେଇ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହେଉଛି। ପୋଲିସ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିବା କଥା ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.