Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ପୋଲିସକୁ ସଫଳତା : କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

2/06/2020 at 1:10 PM

ଗୁଣୁପୁର ୦୨।୦୬: ଲକ୍‌ଡାଉନ୍‌ରେ ବି ଥମୁନି ଗଞ୍ଜେଇ ଚୋରାଚାଲାଣ । ରାଜ୍ୟ ବିଭିନ୍ନ ସ୍ଥାନରେ ବଢିଚାଲିଛି ଚୋରା କାରବାର । ଏହି ପରି ଭାବେ ଗଞ୍ଜେଇ ଚାଲାଣ ରୋକିବାରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପୁଲିସ୍‌କୁ ମିଳିଛି ବଡ଼ଧରଣର ସଫଳତା । ଛତିଶଗଡ଼ ଚାଲାଣ ପାଇଁ ଉଦ୍ୟମ ବେଳେ ଜବତ ହୋଇଛି କୋଟିଏ ଟଙ୍କାର ଗଞ୍ଜେଇ ସହ ୯ ବାଇକ । ଏହି କାରବାରରେ ଜଣକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୧୧ ଜଣ ଫେରାର ହୋଇଯାଇଛନ୍ତି । ରାୟଗଡା ଏସ୍‌ପି ଡ. ଶର୍ବଣା ବିବେକ ଏମ୍‌ ଗୁଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗୁଡାରୀ ଥାନା ଖଇରାଗୁଡା ଗାଁ ନିକଟରେ ୧୩ଟି ପ୍ୟାକେଟ କରାଯାଇ ୧ ଟନ୍‌ ୧୭୦ କେଜି ଗଞ୍ଜେଇ ଛତିଶଗଡ ଚାଲାଣ ଲାଗି ଯୋଜନା ହେଉଥିଲା । ଗୁଡାରୀ ପୁଲିସ ପହଞ୍ଚି ଗଞ୍ଜେଇ ସହ ୯ ବାଇକ୍‌ ଜବତ କରିଥିଲା । ଏହି କାରବାରରେ ସର୍ଗିଗୁଡା ଗାଁର ସମୀର ମାଝୀକୁ ଗିରଫ କରାଯାଇଥିଲା । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୨୦ ଲକ୍ଷ ହେବ ।

   Related Posts